ଭୁବନେଶ୍ୱର: ପୁଣି କିଟ ଛାତ୍ର ମୃତ୍ୟୁ ଘଟଣାରେ ବିଧାୟକ ସରୋଜ ପାଢୀ କଡା ଟିପ୍ପଣୀ ଦେଇଛନ୍ତି । କହିଛନ୍ତି, କିଟ ଆଡମିନିଷ୍ଟ୍ରେସନ ଭୁଶୁଡି ଗଲା ପରି ଲାଗୁଛି । ଓଡିଶାର ନାଁ ବଦନାମ କରିବାକୁ କିଟକୁ କୁହାଯାଇ ନାହିଁ । କିଟର ଦୋଷ ପ୍ରମାଣିତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ । କୌଣସି ଦୋଷୀକୁ ମୋହନ ସରକାର କ୍ଷମା ଦେବେ ନାହିଁ । ଆମେ ମଧ୍ୟ କିଟ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବୁ । କିଟର ମନମାନୀ ଆଉ ଚଳିବ ନାହିଁ । ସୂଚନାଥାଉକି, ସନ୍ଦେହଜନକ ଅବସ୍ଥାରେ କିଟ ବିଶ୍ୱବିଦ୍ୟାଳୟ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି, ଛତିଶଗଡ ଜିଲ୍ଲାର ରାହୁଲ ଯାଦବ । ପ୍ରଥମ ବର୍ଷ କମ୍ପ୍ୟୁଟର ସାଇନ୍ସ ଛାତ୍ର । ଛାତ୍ର ମୃତ୍ୟ ନେଇ ଗତକାଲି ରାତିରେ ହଷ୍ଟେଲରେ ଉତ୍ତେଜନା ଦେଖାଦେଇଥିଲା । ପରେ ମୃତକଙ୍କ ରୁମମେଟମାନେ ପୋଲିସ କୁ ଖବର ଦେଇଥିଲେ । ସୂଚନା ପାଇ ଇନଫୋସିଟି ପୋଲିସ ଘଟଣାସ୍ଥଳରେ ପହଞ୍ଚ ପହଞ୍ଚି ରାହୁଲଙ୍କ ମୃତଦେହକୁ ଜବତ କରି ଏକ ଘରୋଇ ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।










