22.1 C
Bhubaneswar
Friday, December 5, 2025
Homeଦେଶ ବିଦେଶସଂସଦ ଡ୍ରାମା, ନାରାବାଜୀର ସ୍ଥାନ ନୁହେଁ: ମୋଦୀ

ସଂସଦ ଡ୍ରାମା, ନାରାବାଜୀର ସ୍ଥାନ ନୁହେଁ: ମୋଦୀ

ନୂଆଦିଲ୍ଲୀ: ସଂସଦର ଶାତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ । ପରାଜୟର ନିରାଶାରୁ ବିରୋଧୀଙ୍କୁ ବାହାରିବାକୁ ଅପିଲ୍ କଲେ ମୋଦୀ । ମୋଦୀ କହିଛନ୍ତି ଯେ କିଛି ବିରୋଧୀ ଦଳ ସେମାନଙ୍କ ପରାଜୟକୁ ହଜମ କରିପାରୁନାହାନ୍ତି । ପରାଜୟର ସବୁ ରାଗ, କ୍ରେଗଧ ସେମାନେ ସଂସଦରେ ଆସି ସୁଝାନ୍ତି । ପରାଜୟର ଭୟ ଏଠି ବିତର୍କରେ କ୍ଷେତ୍ର ନ ହେଉ । ଡ୍ରାମା କରିବାକୁ ଅନେକ ସ୍ଥାନ ଅଛି, ଏଠି ଡ୍ରାମା ନୁହେଁ ଡେଲିଭରି ଆବଶ୍ୟକ । ସେହିପରି ନାରାବାଜୀ ପାଇଁ ମଧ୍ୟ ଅନେକ ସ୍ଥାନ ଅଛି । ଏଠି ନାରାବାଜୀ ନୁହେଁ ନୀତି ଓ ଦେଶ ଗଠନରେ ସକରାତ୍ମକ ଭୂମିକା ଆବଶ୍ୟକ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଏହି ଅଧିବେଶନରେ ସଂସଦ ଦେଶ ବିଷୟରେ କ’ଣ ଭାବୁଛି, ଦେଶ ପାଇଁ କ’ଣ କରିବାକୁ ଚାହୁଁଛି ଏବଂ ଦେଶ ପାଇଁ କ’ଣ କରିବାକୁ ଯାଉଛି ତାହା ଉପରେ ଧ୍ୟାନ ଦିଆଯିବା ଉଚିତ । ବିରୋଧୀ ଦଳ ମଧ୍ୟ ନିଜର ଦାୟିତ୍ୱ ପୂରଣ କରିବା ଉଚିତ ଏବଂ ବିତର୍କରେ ଦୃଢ଼ ପ୍ରସଙ୍ଗ ଉଠାଇବା ଉଚିତ । ସଂସଦର ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି । ଏହା ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । କେନ୍ଦ୍ର ସରକାର ଅଧିବେଶନ ସମୟରେ ୧୪ଟି ନୂତନ ବିଲ୍ ଆଗତ କରିପାରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking