ଗଞ୍ଜାମ : ଗଞ୍ଜାମ ଧରାକୋଟ ବ୍ଲକ ସୁବର୍ଣ୍ଣପୁର ଗାଁରେ ଆଜି ଜଳିଲା ବିଜୁଳି । ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାପାଳ ସୁବର୍ଣ୍ଣପୁର ଗାଁରେ ପହଞ୍ଚିବା ପରେ ଏହାର ଉଦ୍ଘାଟନ କରିବେ। ଦୀର୍ଘ ୨୮ ବର୍ଷ ହେଲା ସୁବର୍ଣ୍ଣପୁର ଗାଁର ଲୋକେ ଅନ୍ଧାରରେ ଜୀବନ କାଟୁଥିଲେ । ଏ ସମ୍ପର୍କରେ ଖବର ପ୍ରସାରଣ ହୋଇଥିଲା । ଏହି ଖବର ଦେଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଞ୍ଜାମ ଜିଲ୍ଲାପାଳଙ୍କୁ ତୁରନ୍ତ ବିଜୁଳି ଯୋଗାଇବାକୁ ନିର୍ଦ୍ଦେଶ ଦେଇଥିଲେ । ବିଜୁଳି ଯୋଗାଣ ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି । ଦୀର୍ଘ ୨୮ ବର୍ଷ ପରେ ଗାଁରେ ଆଲୁଅ ଜଳିବ। ସେଥିପାଇଁ ଗ୍ରାମବାସୀ ଖୁସିରେ ନାଚୁଛନ୍ତି, ଗାଉଛନ୍ତି ।










