ଜଗତସିଂହପୁର: ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ସାଂସଦ । ସାଂସଦ ଖେଳ ମହୋତ୍ସବରେ ଯୋଗ ଦେବା ପାଇଁ ଭୁବନେଶ୍ୱରରୁ ଜଗତସିଂହପୁର ଆସୁଥିବା ବେଳେ ୫୫ ନମ୍ବର ଜାତୀୟ ରାଜପଥର ହାଜିପୁର ନିକଟରେ ତାଙ୍କର କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ସାଂସଦଙ୍କ କାରକୁ ପଛପଟୁ ଆସୁଥିବା ଏକ କାର ଧକ୍କା ଦେଇଥିଲା । ଗାଡିଟି ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ବିରିଡି ଥାନା ପୋଲିସ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି ।










