ପୁରୀ: ଶୁଭଙ୍କର ମିଶ୍ରାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା। ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା। ମନ୍ତବ୍ୟରେ କେତେ ସତ୍ୟତା ଅଛି କମିଟି ତର୍ଜମା କରିବ। ଗୁଜବ ପ୍ରଚାର କିମ୍ବା ଭୁଲ୍ ତଥ୍ୟ ପ୍ରଚାର ନ କରନ୍ତୁ। ସଂସ୍କୃତିକୁ ଅବମାନନା କରି ମନ୍ତବ୍ୟ ଦେଲେ କାର୍ଯ୍ୟାନୁଷ୍ଠାନ ହେବ। ସୂଚନାଯୋଗ, ଶ୍ରୀମନ୍ଦିରକୁ ନେଇ ବିବାଦୀୟ ବୟାନ ଦେଇଥିଲେ ସୋସିଆଲ୍ ମିଡିଆ ଇନ୍ଫ୍ଲୁଏନ୍ସର ଶୁଭଙ୍କର ମିଶ୍ରା। ସେ ନିଜର ଏକ ପଡ୍କାଷ୍ଟ ଭିତ୍ତିକ କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ଉପରେ ମା ରାଧାରାଣୀଙ୍କ ଅଭିଶାପ ଥିବା କହିଥିଲେ ଶୁଭଙ୍କର। ପ୍ରେମୀଯୁଗଳଙ୍କୁ ବିବାହ ପୂର୍ବରୁ ଶ୍ରୀମନ୍ଦିର ଯିବାକୁ ବାରଣ କରିଥିଲେ।
ଶୁଭଙ୍କର ମିଶ୍ରାଙ୍କ ବିବାଦୀୟ ଟିପ୍ପଣୀ; ପ୍ରେମୀଯୁଗଳ ଶ୍ରୀମନ୍ଦିର ଗଲେ ସେମାନଙ୍କ ପ୍ରେମ ସମ୍ପର୍କ ଭାଙ୍ଗିଯାଏ










