ଭୁବନେଶ୍ୱର: ବିଧାନସଭାରେ ଆଜି ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ ଆଗତ ହୋଇଛି । ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅତିରିକ୍ତ ବଜେଟ ଆଗତ ପରେ ଆସନ୍ତକାଲି ପର୍ଯ୍ୟନ୍ତ ଗୃହ ମୁଲତବି ରଖଯାଇଛି । ୧୭ ହଜାର ୪୪୦ କୋଟିରୁ ୧୩ ହଜାର ୭୧୬ କୋଟି ଟଙ୍କା ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ବାବଦକୁ ଆବଣ୍ଟନ କରାଯାଇଛି । ପ୍ରଶାସନିକ ଖର୍ଚ୍ଚ ବାବଦକୁ ୩ ହଜାର ୩୮୯ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସରକାରୀ ଆବାସିକ କୋଠା ଗୁଡିକର ରକ୍ଷଣାବେକ୍ଷଣ ପାଇଁ ୨୦୫ କୋଟି ଟଙ୍କା ଏବଂ ଅଣ ଆବାସିକ କୋଠାଗୁଡିକର ରକ୍ଷଣା ବେକ୍ଷଣ ପାଇଁ ୨୫୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ରାସ୍ତା ଏବଂ ସେତୁର ରକ୍ଷଣାବେକ୍ଷଣ ପାଇଁ ୨୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଗ୍ରାମୀଣ ପାଇପ ଜଳ ଯୋଗାଣ ପ୍ରକଳ୍ପର ପରିଚାଳନା ପାଇଁ ୧୧୬ କେଟି ଟଙ୍କା ବ୍ୟୟ ବରାଦ ହୋଇଛି । ଉଠାଜଳସେଚନ ଗୁଡିକର ପୁନରୁଦ୍ଧାର ପାଇଁ ୬୬ କୋଟି ଟଙ୍କାର ଅନୁଦାନ ରହିଛି । ଜିଲ୍ଲା ପରିଶଷଦ ନିର୍ବାଚନ ପରିଚାଳନା ପାଇଁ ୪୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ସରକାରୀ କଲେଜ ପାଇଁ ୩୬ କୋଟି ଟଙ୍କା ଏବଂ ସରକାରୀ ତାଲିମ ମହାବିଦ୍ୟାଳୟ ପାଇଁ ୧୬ କୋଟି ଟଙ୍କା ପ୍ରଦାନ ହେ।।ଇଛି । ବିଏସଇ ପାଇଁ ୧୩ କୋଟି ଟଙ୍କାର ଅନୁଦାନ ହୋଇଛି । ଉତ୍କଳ ବିଶ୍ୱ ବିଦ୍ୟାଲୟ ପାଇଁ ୫ କୋଟି ଟଙ୍କା ଏବଂ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ପାଇଁ ୧୪ କୋଟି ଟଙ୍କାର ଅନୁଦାନ ରହିଛି ।
ବିପର୍ଯ୍ୟୟ ବିପଦ ପ୍ରଶମନ ପାଣ୍ଠି ଅଧୀନରେ ୧୭୧ କୋଟି ଟଙ୍କା ପ୍ରଦାନ କରାଯାଇଛି । ପଞ୍ଚାୟତିରାଜ ସଂସ୍ଥାଗୁଡିକୁ ୧୬୪କୋଟି ଟଙ୍କା ଇସ୍ତାହାର ପାଇଁ ପ୍ରସ୍ତାବ ରହିଛି ।କୃଷକ କଲ୍ୟାଣ ଓ ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ମଧ୍ୟ ବ୍ୟୟବରାଦ ହୋଇଛି ।ଧାନକ୍ରୟ ପାଇଁ ରିଭଲଭିଂ ପାଣ୍ଠି ପାଇଁ ୩୦୦୦ କୋଟି ଟଙ୍କାର ବ୍ୟବସ୍ଥା ରହିଛି । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରିହାତି ପାଇଁ ୧୩୨୫ କୋଟି ଟଙ୍କାର ବ୍ୟବସ୍ଥା ରହିଛି । ସମୃଦ୍ଧ କୃଷକ ଯୋଜନା ଅଧୀନରେ ଚାଷୀମାନଙ୍କୁ ଇନପୁଟ ସହାୟତା ପାଇଁ ୮୫୦ କଟି ଟଙ୍କା ବ୍ୟବସ୍ଥା କରାଯାଇଛି । କୁକୁଡା ପାଳନ ବିକାଶ ପାଇଁ ୧୩୭ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଗୋପାଳନ ପାଇଁ ୯୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ପାଇଁ ୧୧୭ କୋଟି ଟଙ୍କାର ବ୍ୟୟବରାଦ ରହିଛି ।
ସ୍ୱାସ୍ଥ୍ୟ ସେବାରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୯୯୪ କୋଟି ଟଙ୍କା ପ୍ରଦାନ କରାଯାଇଛି । କଟକ ମେଡିକାଲ କଲେଜର ଉନ୍ନତିକରଣ ନିମନ୍ତେ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧିନରେ ୪୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।
ମହିଳା ଓ ଶିଶୁ ସଶକ୍ତିକରଣରେ ସୁଭଦ୍ରା ଯୋଜନା ପାଇଁ ୨୯୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ଅଙ୍ଗନୱାଡି କେନ୍ଦ ପାଇଁ ୨୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମମତା ଯୋଜନା ଅଧୀନରେ ଗର୍ଭବତୀ ମହିଳାଙ୍କ ପାଇଁ ୧୪୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ଯଶୋଦା- ଆଶୀର୍ବାଦ ଅଧୀନରେ ୧୧ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ମିଶନ ଶକ୍ତି କାର୍ଯ୍ୟକ୍ରମ ଅଧିନରେ ୪୨୬ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଜାତୀୟ ଗ୍ରାମୀଣ ଜୀବୀକା ମିଶନ ଅଧୀନରେ ୪୨୬ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।
ପିଏମ ପୋଷଣ ଅଧୀନରେ ୩୯୨ କୋଟି ଟଙ୍କାର ବ୍ୟବସ୍ତା ରହିଛି । ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ୩୨୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଅନୁଦାନ ପ୍ରାପ୍ତ ବେସରକାରୀ ଉଚ୍ଚ ବିଦ୍ୟାଳୟ ପାଇଁ ୦୭ କୋଟି ଟଙ୍କାର ଅନୁଦାନ କରାଯାଇଛି । ବେସରକାରୀ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ପାଇଁ ୧୨୧ କୋଟି ଟଙ୍କାର ଅନୁଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ପଷଣ ଶକ୍ତି ନିର୍ମାଣ ପାଇଁ ୭୧ କୋଟି ଟଙ୍କାର ବ୍ୟବସ୍ଥା ରହିଛି । ନବମ ଓ ଦଶମ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ପୁସ୍ତକ ଯୋଗାଣ ପାଇଁ ୫୧ କୋଟି ଟଙ୍କାର ଆବଣ୍ଟନ କରାଯାଇଛି । ପଞ୍ଚସଖା ଶିକ୍ଷା ସେତୁ ଯୋଜନା ପାଇଁ ୫୧ କୋଟି ଟଙ୍କାର ବ୍ୟବସ୍ଥା ରହିଛି । ବେସରକାରୀ କଲେଜଗୁଡିକର ଭିତ୍ତିଭୁମି ବିକାଶ ପାଇଁ ୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଚି । ଶକ୍ତିଶ୍ରୀ ଯୋଜନା ଅଧିନରେ ୧୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି । କ୍ରୀଡା ଓ ଖେଳ ପାଇଁ ୩୨ କଟି ଟଙ୍କାର ଅନୁଦାନ ସହାୟତା ଆକାରରେ ଆବଣ୍ଟନ କରାଯାଇଛି ।
ଅନୁସୂଚିତ ଜାତି ଓ ଜନଜାତି ବିକାଶରେ, ମୁଖ୍ୟମନ୍ତ୍ରୀ ମେଧାବୀ ବୃତ୍ତି ପ୍ରୋତ୍ସାହନ ଯୋଜନା ପାଇଁ ୨୧୬ କୋଟି ଟଙ୍କା ବ୍ୟବସ୍ତା କରାଯାଇଛି । ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ପାଇଁ ୧୪୭ କୋଟି ଟଙ୍କା ପ୍ରଦାନ କରାଯାଇଛି । ଆଦିବାସୀ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ନିର୍ମାଣ ପାଇଁ ୩୯ କୋଟି ଟଙ୍କା ରହିଛି । ଓବିସି, ଇବିସି, ଡିଏନଟି ଛାତ୍ରଛାତ୍ରୀଙ୍କ ପାଇଁ ୧୩ କଟି ଟଙ୍କାର ବ୍ୟବସ୍ଥା ରହିଛି ।
ଜଙ୍ଗଲ ଓ ପରିବେଶ କ୍ଷେତ୍ରରେ ବୃକ୍ଷରପଣ କ୍ଷତିପୂରଣ ପାଇଁ ୨୪୨ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବିକାଶ ପାଇଁ ୮୦ କୋଟି ଟଙ୍କାର ଏବଂ ପରିବେଶ ପର୍ଯ୍ୟଟନ ବିକାଶ ପାଇଁ ୮୦ କଟି ଟଙ୍କା ବ୍ୟୟବରାଦ କରାଯାଇଚି । ହାତୀ ଚଲାପଥ ପରିଚାଳନା ପାଇଁ ୨୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ପଞ୍ଚାୟତିରାଜ ଏବଂ ଗ୍ରାମୀଣ ବିକାଶରେ ସେତୁବନ୍ଧ ଯୋଜନା ପାଇଁ ୧୨୦ କୋଟି ଟଙ୍କା ପ୍ରଦାନ କରାଯାଇଚି । ୱାରୀ ଆବଣ୍ଟନ ପାଇଁ ୧୪୨ କୋଟି ରହିଛି । ବିକଶିତ ଗାଁ ବିକଶିତ ଓଡିଶା ପାଇଁ ୫୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ପଞ୍ଚାୟତିରାଜର କଠା ନିର୍ମାଣ ପାଇଁ ୩୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
ସହରାଞ୍ଚଳର ବିକାଶ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ ୧୦୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଅମୃତ ପ୍ରକଲ୍ପ ୨.୦ ପାଇଁ ୬୪ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ସୁଜଳ ଯୋଜନା ଅଧୀନରେ ସହରାଞ୍ଚଳର ଜଳ ଯୋଗାଣ ପାଇଁ ୱାଟକୋକୁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବର୍ଷା ଜଳ ନିଷ୍କାସନ ପାଇଁ ୩୦ କଟି ଟଙ୍କା ବ୍ୟୟବରାଦ କରାଯାଇଛି । ଆହାର ଯୋଜନା ଅଧୀନରେ ଗରିବଙ୍କୁ ସୁଲଭ ମୂଲ୍ୟରେ ଖାଦ୍ୟ ଯୋଗାଇବା ପାଇଁ ୧୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ଶିଳ୍ପ କ୍ଷେତ୍ରରେ ଏସଆଇଡିବିଆଇ କ୍ଲଷ୍ଟର ଡେଭଲପମେଣ୍ଟ ଫଣ୍ଡ ପାଇଁ ୨୭୬ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଇଣ୍ଡଶ୍ଟ୍ରିଆଲ ଟାୁନସିପରେ ଦୀନ ଦୟାଲ କର୍ମଚାରୀ ନିବାସ ପାଇଁ ୫୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
ଭିତ୍ତିଭୁମି ବିକାଶ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ପଦକ୍ଷେପ ନିଆଯାଇଛି । ବାମପନ୍ଥୀ ଉଗ୍ରବାଦ ପ୍ରଭାବରେ ସଡକ ପୁନଃ ନିର୍ମାଣ ଯୋଜନା ପାଇଁ ୨୮ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଭାରତ ନେଟ ପ୍ରକଳ୍ପ ପାଇଁ ୨୨୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ପୁରୀରେ ସବମିରାଇନ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ ପାଇଁ ୪ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ସଂସ୍କୃତି ଓ ପର୍ଯ୍ୟଟନ ପାଇଁ ପ୍ରୋତ୍ସାହନ ରାଶି ରହିଛି । ବରପୁତ୍ର ଐତିହ୍ୟ ଯୋଜନା ଅଧୀନରେ ୧୦୦ କଟି ଟଙ୍କା ଆବଣ୍ଟନ କରାଯାଇଛି । କଳାମଣ୍ଡଳ ପ୍ରତିଷ୍ଠାନ ପାଇଁ ୯୦ କୋଟି ଟଙ୍କା ରହିଛି । ରବୀନ୍ଦ୍ର ମଣ୍ଡପ ଓ କଳା ମଣ୍ଡପର ନବୀକରଣ ପାଇଁ ୧୦ କୋଟି ଟଙ୍କା ଏବଂ ରାଜ୍ୟ ସଂଗ୍ରହାଳୟ ଗବେଷଣା ପାଇଁ ୬ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ପର୍ଯ୍ୟଟନର ଉନ୍ନତିକରଣ ପାଇଁ ୨୩ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ଏହି ଅତିରିକ୍ତ ବଜେଟ୍ ସହିତ, ରାଜସ୍ବ ବଳକା ସ୍ଥିତି ବଜାୟ ରହିବା ସହ ବିତ୍ତୀୟ ନିଅଣ୍ଟକୁ GSDPର ୩% ମଧ୍ୟରେ ସୀମିତ ରହିବ ଏବଂ ବର୍ଷ ଶେଷରେ GSDPର ଅନୁପାତକୁ ୨୫% ମଧ୍ୟରେ ବଜାୟ ରହିବା ପାଇଁ ଆକଳନ କରାଯାଇଛି । ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଋଣ-GSDPର ଅନୁପାତ ୧୧.୯% ଏବଂ ସୁଧ ଦେୟ-ରାଜସ୍ବ ପ୍ରାପ୍ତିର ଅନୁପାତ ୨.୨% ରହିଛି । ଅତିରିକ୍ତ ବ୍ୟବସ୍ଥା ସହିତ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପୁଞ୍ଜି ବ୍ୟୟବରାଦ GSDPର ୬ ପ୍ରତିଶତରୁ ଅଧିକ ହେବ । ଏହା ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବାରେ ସହାୟକ ହେବ ।










