31.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଇଣ୍ଡୋନେସିଆର ସୁମାତ୍ରାରେ ୬.୪ ତୀବ୍ରତାର ଭୂମିକମ୍ପ ଅନୁଭୂତ

ଇଣ୍ଡୋନେସିଆର ସୁମାତ୍ରାରେ ୬.୪ ତୀବ୍ରତାର ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ରହିଛି । ଗୁରୁବାର ଇଣ୍ଡୋନେସିଆର ଆଚେ ପ୍ରଦେଶ ନିକଟରେ ଏହି ଭୁମିକମ୍ପ ଅନୁଭୂତ ହୋଇଛି । ଇଣ୍ଡୋନେସିଆର ପାଣିପାଗ ଜଳବାୟୁ ଏବଂ ଭୂଭୌତିକ ବିଜ୍ଞାନ ଏଜେନ୍ସି ଅନୁଯାୟୀ, ଭୁମିକମ୍ପର ଗଭୀରତା ୧୦ କିଲୋମିଟର ଥିଲା । ଭୁମିକମ୍ପ ପ୍ରଭାବରେ ଅନେକ ଅଞ୍ଚଳ ମଧ୍ୟ ପ୍ରଭାବିତ ହେଉଛି । ସୁନାମିର ଆଶଙ୍କା ନାହିଁ । କୌଣସି କ୍ଷୟକ୍ଷତି, ମୃତାହତର ରିପୋର୍ଟ ଜଣାପଡିନାହିଁ । ଅନ୍ୟପଟେ ଉତ୍ତର ସୁମାତ୍ରା ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ହୋଇଥିବା ବନ୍ୟା ଏବଂ ଭୂସ୍ଖଳନରେ ଅତି କମରେ ୨୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଏକାଧିକ ଲୋକ ନିଖୋଜ ଅଛନ୍ତି। ଅକ୍ଟୋବରରୁ ମାର୍ଚ୍ଚ ପର‌୍ୟ୍ୟନ୍ତ ପ୍ରବଳ ଋତୁକାଳୀନ ବର୍ଷା ଇଣ୍ଡୋନେସିଆରେ ପ୍ରାୟତଃ ବନ୍ୟା ଏବଂ ଭୂସ୍ଖଳନର କାରଣ ହୁଏ। ଇଣ୍ଡୋନେସିଆ ୧୭,୦୦୦ ଦ୍ୱୀପର ଏକ ଦ୍ୱୀପପୁଞ୍ଜ ଅଟେ ଯେଉଁଠାରେ ଲକ୍ଷ ଲକ୍ଷ ଲୋକ ପାର୍ବତ୍ୟାଞ୍ଚଳରେ କିମ୍ବା ଉର୍ବର ବନ୍ୟା ସମତଳ ନିକଟରେ ବାସ କରନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking