31.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଦାଦର ଏକ୍ସପ୍ରେସ୍‌କୁ ବୋମା ଧମକ

ଦାଦର ଏକ୍ସପ୍ରେସ୍‌କୁ ବୋମା ଧମକ

ରାଜସ୍ଥାନ: ଆଜମେରରେ ଦାଦ ଏକ୍ସପ୍ରେସ୍ ଟ୍ରେନରେ ବୋମା ଧମକ ମିଳିଛି। ବୋମା ଧମକ ପରେ ଜିଆରପି ଏବଂ ଆରପିଏଫ ଅଧିକାରୀମାନେ ଷ୍ଟେସନ ପରିସରରେ ଦୀର୍ଘ ସମୟ ଧରି ତଲାସୀ ନେଇଥିଲେ। ଦାଦର ଏକ୍ସପ୍ରେସ୍ ଟେନ୍‌କୁ ତିନି ଘଣ୍ଟା ପାଇଁ ଅଟକାଇ ତଲାସୀ କରାଯାଇଥିଲା। ପରେ ପୋଲିସ ତିନି ଜଣ ସନ୍ଦିଗ୍ଧ ଯୁବକଙ୍କୁ ଅଟକାଇ ପଚରାଉଚରା କରୁଛି। ସୂଚନା ଅନୁସାରେ, ଟ୍ରେନ୍‌ଟି ରାତି ୮:୨୦ ରେ ପ୍ଲାଟଫର୍ମ ନମ୍ବର ୬ରୁ ଛାଡ଼ିବାର ଥିଲା। କିନ୍ତୁ ବୋମା ଧମକ ପରେ ଦାଦର ଏକ୍ସପ୍ରେସ୍ ଟ୍ରେନ୍‌କୁ ଆଜମେର ରେଳ ଷ୍ଟେସନର ୬ ନମ୍ବର ପ୍ଲାଟଫର୍ମରେ ଚାରି ଘଣ୍ଟା ଧରି ଅଟକାଇ ଯାଞ୍ଚ କରାଯାଇଥିଲା ଏବଂ ପାଞ୍ଚଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରିବାକୁ ପଡ଼ିଥିଲା। ରିପୋର୍ଟ ଅନୁଯାୟୀ ତିନି ଜଣ ଯୁବକ ଏକ ଅଟୋ-ରିକ୍ସାରେ ବସି ଟ୍ରେନ୍‌କୁ ବିସ୍ଫୋରଣ କରିବା ପାଇଁ ଯୋଜନା ବିଷୟରେ ଆଲୋଚନା କରୁଥିଲେ। ଅଟୋ-ରିକ୍ସା ଚାଳକ ପୋଲିସକୁ ସୂଚନା ଦେଇଥିଲେ। ଏହା ପରେ ବର୍ତ୍ତମାନ ରେଳ ଷ୍ଟେସନର ପ୍ରତ୍ୟେକ କୋଣରେ ପୋଲିସ ମୁତୟନ କରାଯାଇଛି। ଜିଲ୍ଲା ପୋଲିସ ସହିତ ଜିଆରପି ତଦନ୍ତରେ ଜାରି ରଖିଛନ୍ତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking