31.1 C
Bhubaneswar
Wednesday, March 25, 2026
Homeଓଡିଶାବାଳିକା ହଷ୍ଟେଲରୁ ନିଖୋଜ ୩ ଛାତ୍ରୀ ଉଦ୍ଧାର

ବାଳିକା ହଷ୍ଟେଲରୁ ନିଖୋଜ ୩ ଛାତ୍ରୀ ଉଦ୍ଧାର

ସମ୍ବଲପୁର: ବାଳିକା ହଷ୍ଟେଲରୁ ନିଖୋଜ ୩ ଛାତ୍ରୀ ଉଦ୍ଧାର। କୁଚିଣ୍ଡାରୁ ଉଦ୍ଧାର ହୋଇଥିବା ଗୋବିନ୍ଦପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି । ସୂଚନା ଥାଉ କି ଗୋବିନ୍ଦପୁର ଥାନା ଅଞ୍ଚଳରେ ଏକ ସ୍କୁଲର ବାଳିକା ହଷ୍ଟେଲରୁ ନିଖୋଜ ଥିଲେ । ୨ ନବମ ଶ୍ରେଣୀ ଓ ଜଣେ ଦଶମ ଶ୍ରେଣୀ ଛାତ୍ରୀ ନିଖୋଜ ଥିଲେ । ହଷ୍ଟେଲରୁ ରବିବାର ଅପରାହ୍ନରେ ନବମ ଶ୍ରେଣୀର ୨ ଜଣ ଛାତ୍ରୀ ଓ ଦଶମ ଶ୍ରେଣୀର ଜଣେ ଛାତ୍ରୀ କାହାରିକୁ କିଛି ନଜଣାଇ ହଷ୍ଟେଲରୁ ଚାଲିଯାଇଥିବା ଅଭିଯୋଗ ହୋଇଥିଲା । ହଷ୍ଟେଲ ୱାର୍ଡନଙ୍କ ଠାରୁ ସୂଚନା ପାଇ ନିଖୋଜ ଛାତ୍ରୀଙ୍କ ଅଭିଭାବକ ମାନେ ଗୋବିନ୍ଦପୁର ଥାନାରେ ଆସି ପହଞ୍ଚିଥିଲେ । ହଷ୍ଟେଲରେ ଛାତ୍ରୀଙ୍କ ସୁରକ୍ଷା ପାଇ ୱାର୍ଡେନ ନିଯୁକ୍ତ ଥିବା ସତ୍ତ୍ଵେ ଛାତ୍ରୀ କିପରି ବାହାରକୁ ଗଲେ ବୋଲି ପ୍ରଶ୍ନ କରିଛନ୍ତି ଅଭିଭାବକ। ଅନ୍ୟପଟେ ଥାନା ଅଧିକାରୀ ରାଜେନ୍ଦ୍ର କୁମାର ବେହେରା ଅଞ୍ଚଳରେ ଲାଗିଥିବା CC ଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରି ଉଦ୍ଧାର କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking