ଯାଜପୁର: ରାଜ୍ୟରେ ବାଙ୍ଗଲାଦେଶୀ ଅନୁପ୍ରବେଶ କାରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି | ସହର ଠାରୁ ଗ୍ରାମାଞ୍ଚଳ ଯେଉଁଠି ଦେଖ ସେଠି ଏମାନଙ୍କ ବସତି ଦେଖିବିକୁ ମିଳୁଛି | ଯାହା ସରାକର ଓ ପ୍ରଶାସନ ପାଇଁ ଚିନ୍ତା ବଢ଼ାଇଛି | ଦିଲ୍ଲୀ ବିସ୍ପୋରଣରେ ବାଙ୍ଗଲାଦେଶୀ ଅନୁପ୍ରବେଶ କାରିଙ୍କ ସମ୍ପୃକ୍ତି ଥିବା ଜଣାପଡିବା ପରେ କେନ୍ଦ୍ର ସରାକର କଡା ଆଭିମୁଖ୍ୟ ପଦର୍ଶନ କରିଛନ୍ତି | ଏନେଇ ରାଜ୍ୟ ସରକାର ରାଜଧାନୀ ଭୁବନେଶ୍ୱରରୁ ଏହି ଅନୁପ୍ରବେଶ କାରୀଙ୍କ ଚି଼ହ୍ନଟ ଓ ଉଛେଦ ପ୍ରକ୍ରିୟା ଆରମ୍ଭ କରିଛନ୍ତି | ଏଇ ନିକଟରେ ଜଗତସିଂହପୁରରେ ବାଂଲାଦେଶୀଙ୍କ ବସ୍ତିରେ ପୋଲିସ ଚଢ଼ାଉ କରିବାବେଳେ ଆକ୍ରମଣର ଶିକାର ହେବାସହ ବୋହୁ ମାରଣାସ୍ତ୍ର ବରାମତ କରିଛି | ସୁରକ୍ଷା ଦୃଷ୍ଟିରୁ ଏହି ପ୍ରକ୍ରିୟା ବୁଧବାର ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଯାଜପୁର କୋରେଇ ପାଣିକୋଇଲି ଓ ଯାଜପୁରରୋଡ଼ ପୋଲିସ ପକ୍ଷରୁ ମଧ୍ୟ ଆରମ୍ଭ ହୋଇଛି | ଯାଜପୁରରୋଡ଼ ଚୋରଦା ବାଇପାସରେ ଦୀର୍ଘ ବର୍ଷ ହେବ କବାଡିଆ ଭାବେ ରହି ଆସୁଥିବା ୨୧ ଜଣ ବାଂଲାଦେଶୀ ମହିଳା ପୁରୁଷଙ୍କୁ ଥାନାକୁ ଆଣି ପଚରା ଉଚରା କରିବା ସହ ସେମାନଙ୍କର ଭୋଟର ପରିଚୟ ପତ୍ର ଓ ଆଧାର କାର୍ଡ ଯାଞ୍ଚ କରିଛନ୍ତି | ତତ ସହିତ ସେମାନଙ୍କର ମୂଳ ବାସସ୍ଥାନର ଘରବାଡିର ପଟ୍ଟା ଓ ଅନ୍ୟାନ୍ୟ ଜରୁରୀ କାଗଜ ପତ୍ର ମଧ୍ୟ ଯାଞ୍ଚ କରିଛନ୍ତି | ସେମାନଙ୍କ ଚାଲିଚଳନ ବାଙ୍ଗଲାଦେଶୀଙ୍କ ଭଳି ଲାଗୁଥିବା ବେଳେ ସେମାନେ ଜାତିରେ ମୁସଲମାନ ଓ ପଶ୍ଚିମବଙ୍ଗ ରାଜ୍ୟର ମେଦିନପୁର ଅଞ୍ଚଳର ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି |
ଅନ୍ୟପକ୍ଷରେ ବ୍ୟାସନଗର ତଥା କଳିଙ୍ଗନଗର ଶିଳ୍ପାଞ୍ଚଳରେ ରାଜମିସ୍ତ୍ରୀ, ଶ୍ରମିକ, କବାଡିଆ ଓ ବୁଲାବିକାଳୀ ଭାବେ ବୋହୁ ବାଂଲାଦେଶୀ ଅନୁପ୍ରବେଶକାରୀ ଯାଜପୁରରୋଡ଼ ସହରର ସାପଗାଡ଼ିଆ, କାଚହୁଡି, ବଙ୍ଗାଳିସାହି ଓ ଦାନଗଦି ଅଞ୍ଚଳରେ ବୋହୁ ସଂଖ୍ୟାରେ ସରକାରୀ ଜାଗାକୁ ଜବରଦଖଲ କରି ବସବାସ କରୁଛନ୍ତି | ଆଗକୁ ଏହି ଯାଞ୍ଚ ପ୍ରକ୍ରିୟା ଜାରି ରହିବ ବୋଲି ଥାନାଧିକାରୀ ଆଶିଷ କୁମାର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି | ଯେଉଁମାନଙ୍କର ପରିଚୟ ପତ୍ର ଓ ଆଧାରକାର୍ଡ଼ରେ ଯାଞ୍ଚ ସମୟରେ ସନ୍ଦେହ ଉପୁଜିବ ସେମାନଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଵା ସହ ସେମାନଙ୍କ ଗତିବିଧି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯିବ ବୋଲି କହିଛନ୍ତି |ସେହିପରି କୋରେଇ ପୋଲିସ ପକ୍ଷରୁ ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ଙ୍କ ନେତୃତ୍ୱ ଏକ ପୋଲିସ ଟିମି ପକ୍ଷରୁ ବିଭିନ୍ନ ସ୍ଥାନ ଛଡାଉ କରା ଯାଇ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି l 14 ରୁ ସଦିଗ୍ଧ କୁ ପୋଲିସ ଉଠାଇ ଆଣି ସେମାଙ୍କୁ ପଚାର ଉଚରା କରି ତଦନ୍ତ କରା ଯାଉଛି l









