ଯାଜପୁର: ଯାଜପୁର ଜିଲା ର ପୂର୍ଵ ତଟ ରେଳ ଜୋନ ର ଯଖପୁରା – ଜେନାପୁର ରେଲୱେ ଷ୍ଟେସନ ମଧ୍ୟରେ ଥିବା ମାନତିରା ପାଟ ନିକଟରେ ଏକ ମାଲବାହୀ ଟ୍ରେନ ସୋମବାର ସନ୍ଧ୍ୟା ସମୟରେ ଲାଇନ ଚ୍ୟୁତ ହୋଇଥିଲା । ଏଥିରେ ଟ୍ରେନର ୧ ଟି ବଗି ଲାଇନଚ୍ୟୁତ ହୋଇଛି । ମାଲବାହୀ ଟ୍ରେନଟି ଟ୍ରାକ ଚେଞ୍ଜ କରୁଥିବା ସମୟରେ ଏଭଳି ଘଟଣା ଘଟିଛି ।ରେଳ ଚଲା ଚଳ ଠପ ହୋଇ ଯାଇ ଥିଲାଖବର ରେଳ ବିଭାଗୀୟ ଇଞ୍ଜିନିଅର କର୍ମ ଚାରି ଓ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚ ଟ୍ରାକରେ ପୁନର୍ବାର ସାଭାବିକ ଅବସ୍ଥା ଫେରାଇ ଆଣିବାକୁ ଉଦ୍ୟମ ଜାରୀ ରଖୁଥୁବା ଜଣାପଡିଛି । ତେବେ କଳିଙ୍ଗନଗର ଶିଳ୍ପାଞ୍ଚଳସ୍ଥ ଏକ ଘରୋଇ କାରଖାନାରୁ ପାରାଦୀପ ଯାଉଥିବା ସମୟରେ ଏଭଳି ଘଟଣା ଘଟିଥିବା କୁହାଯାଉଛି ।










