21.1 C
Bhubaneswar
Saturday, February 14, 2026
Homeଓଡିଶାପିତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ବିପକ୍ଷରେ ୨୦୯ ଓକିଲ

ପିତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ବିପକ୍ଷରେ ୨୦୯ ଓକିଲ

ଗଞ୍ଜାମ: ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲା, ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ବିପକ୍ଷରେ ୱକାଲତନାମା ଦାଖଲ କଲେ ୨୦୯ଜଣ ଓକିଲ। ପୂର୍ବରୁ ବିକ୍ରମଙ୍କ ସପକ୍ଷରେ ୪୦ରୁ ଉର୍ଦ୍ଧ୍ବ ଓକିଲ ୱକାଲତନାମା ଦାଖଲ କରିଥିଲେ । ଗୁରୁବାର ବିକ୍ରମଙ୍କ ଓକିଲ ଏକ ପିଟିସନ ବ୍ରହ୍ମପୁର ଏସ ଡିଜେଏମଙ୍କ କୋର୍ଟରେ ଦାଖଲ କରିଥିଲେ। ପୀତବାସ ହତ୍ୟା ମାମଲାରେ ବିକ୍ରମ ଙ୍କ ସଂପୃକ୍ତି ନାହିଁ ବୋଲି ଦାବି କରି ତାଙ୍କୁ ମାମଲାରୁ ମୁକ୍ତ ପାଇଁ ଏହି ପିଟିସନ ଦାଖଲ କରାଯାଇଥିଲା। ଆଜି ବିପକ୍ଷରେ ୨୦୯ ଜଣ ଓକିଲ ୱକାଲତନାମା ଦାଖଲ କରିଥିବା ଜଣାପଡିଛି। ସେପଟେ ପୀତବାସ ପଣ୍ଡା ହତ୍ୟା ମାମଲା । ହାଇକୋର୍ଟରେ ଲିଖିତ ଉତ୍ତର ରଖିଲେ ବ୍ରହ୍ମପୁର ଏସ୍‌ପି । ଗଣମାଧ୍ୟମରେ ରଖିଥିବା ବୟାନ ଉପରେ ଜବାବ ମାଗିଥିଲେ ହାଇକୋର୍ଟ। ଏହାକୁ ନେଇ ଲିଖିତ ଭାବେ ଉତ୍ତର ରଖିଛନ୍ତି ବ୍ରହ୍ମପୁର ଏସପି ।ତାଙ୍କ ବୟାନ କୁ ଅଦାଲତ ଅବମାନନା ଭାବେ କାହିଁକି ବିବେଚନା କରାଯିବ ନାହିଁ ସେ ନେଇ ଲିଖିତ ଜବାବ ଦାଖଲ କରିଛନ୍ତି ଏସ ପି । ତେବେ ସତ୍ୟପାଠ ଜରିଆରେ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୦ ତାରିଖ ଶୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ। ସେହିଦିନ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking