26.1 C
Bhubaneswar
Sunday, December 7, 2025
Homeଓଡିଶା"ନୂଆପଡ଼ା ନ୍ୟାୟର ଲଢ଼େଇରେ ମୁଁ ଜୀବନ ଦେବାକୁ ପ୍ରସ୍ତୁତ"

“ନୂଆପଡ଼ା ନ୍ୟାୟର ଲଢ଼େଇରେ ମୁଁ ଜୀବନ ଦେବାକୁ ପ୍ରସ୍ତୁତ”

ନୂଆପଡ଼ାର ବିକାଶ
••••••••••••••••••••
ଯାହା ହେଇଥିଲା, କଂଗ୍ରେସ ସମୟରେ ହୋଇଥିଲା। ଭକ୍ତ ଦାସ, କଳାହାଣ୍ଡି ସାଂସଦଙ୍କ ସମୟରେ (୨୦୦୯ରୁ ୨୦୧୪) ହିଁ ନୂଆପଡ଼ା ଚାଖିଥିଲା ବିକାଶର ସ୍ବାଦ ।

ନୂଆପଡ଼ା ପାଇଁ କଂଗ୍ରେସର ଅବଦାନ
* ରାୟପୁର-ନୂଆପଡ଼ା ଖରିଆର ବେଲଗାଁ- ତୁମୁଡ଼ିବନ୍ଧ- ଗୋପାଳପୁର ଜାତୀୟ ରାଜପଥ ମଂଜୁର
* ନୂଆପଡ଼ା ଜିଲ୍ଲାରେ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ (ନୂଆପଡ଼ା ଓ ଖରିଆର) ।
* ୨୦୧୩ରେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଦ୍ବାରା ନୂଆପଡ଼ାରେ ସୁପରସ୍ପେସାଲିଟି ହସପିଟାଲ ମଂଜୁର
* ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଏକଲବ୍ୟ ବିଦ୍ୟାଳୟ ଛାତ୍ରାବାସ |
* ସୁନାବେଡ଼ାର ଚକୋଟିଆ-ଭୁଞ୍ଜିଆ ଆଦିବାସୀ ବର୍ଗର ସର୍ବାଙ୍ଗୀନ ବିକାଶ ପାଇଁ କେନ୍ଦ୍ର ଦ୍ଵାରା ୨୭୨ କୋଟି ଟଙ୍କା ମଞ୍ଜୁର (ଅପାରଗ ରାଜ୍ୟ ସରକାର ଅନୁଦାନ ଖର୍ଚ୍ଚ କରିପାରିଲେନି) ।
* ରାୟପୁର ଭାଇଜାକ୍ ଦ୍ଵିତୀୟ ଓ ତୃତୀୟ ରେଳଲାଇନ ତଥା ବିଦ୍ୟୁତୀକରଣ ପାଇଁ ମଂଜୁରୀ ( ଏନ୍‌ଡିଏ ସରକାର ସମ୍ପୂର୍ଣ୍ଣ କରିପାରୁନାହିଁ) ।
* ସବୁ ଗ୍ରାମରେ ରାଜୀବ ଜ୍ୟୋତି ।
* ପତୋରା ଡ୍ୟାମ (ଓଡ଼ିଶାରେ କଂଗ୍ରେସ ସରକାର ୧୯୯୫-୨୦୦୦ ଅମଳରେ ନିର୍ମିତ) ଓ କେନାଲର ଉନ୍ନତୀକରଣ ।
* ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳରେ ବହୁସଂଖ୍ୟାରେ ନଳକୂପ ସ୍ଥାପନ ।
* ୮୦ ଦଶକରେ ରାୟପୁର-ନୂଆପଡ଼ା ମଧ୍ୟରେ ସବୁଦିନିଆ ରାସ୍ତା ନ ଥିଲା । ଏପରିକି ପେଣ୍ଡାବନ୍ଧ ନାଳ ଓ କୋମନା ନାଳ ମଧ୍ୟ ବର୍ଷାଦିନେ ନୂଆପଡ଼ା ସହ ଯୋଗାଯୋଗରେ ବାଧା ସାଯୁଥିଲା । ଭକ୍ତ ଦାସ ସାଂସଦ ଥିବାବେଳେ ଏ ସବୁ ଅସୁବିଧା ଦୂର ହେଲା ।
* ସଂଗ୍ରାମୀ ଭକ୍ତ ଦାସ ଅବିଭକ୍ତ କଳାହାଣ୍ଡିର ଗଣଦାରିଦ୍ର୍ୟ ନେଇ ବାରମ୍ବାର ଆନ୍ଦୋଳନ କରିବାରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ନିଜ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଧ୍ୟାନ ଦେଇ ଜିଲ୍ଲାର ବିକାଶ ପାଇଁ ବ୍ୟବସ୍ଥା କରିଥିଲେ । ପଞ୍ଚବାର୍ଷିକ ଯୋଳନାରେ ମଧ୍ଯ ସ୍ଥାନ ମିଳିଥିଲା ।
* ତିଖାଲି-ଇନ୍ଦ୍ର ଯୋଜନା ପାଇଁ ବହୁତ ସଂଗ୍ରାମ ହୋଇଥିଲା । ରାଜ୍ୟ ସରକାର ଗୁରୁତ୍ବ ଦେଲେନାହିଁ ।
* କଂଗ୍ରେସ ଅମଳରେ ଆଦିବାସୀଙ୍କ ପାଇଁ ଜଙ୍ଗଲ ଜମି ଅଧିକାର ଆଇନ ଆସିଲା । ଅଥଚ ରାଜ୍ୟରେ ବିଜେଡି-ବିଜେପି ମିଳିତ ସରକାର ଆଦିବାସୀଙ୍କୁ ଜମି ପଟ୍ଟା ଦେଲେ ନାହିଁ ।
* କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଦ୍ବାରା ଦାଦନ ରୋଜିବାକୁ କଂଗ୍ରେସ ଖସଡ଼ା ପ୍ରସ୍ତୁତ କଲା। ଏମାନେ କାର୍ଯ୍ୟକାରୀ କଲେନାହିଁ । ବିଜେପି ବିଧାୟକ ତ ‘ଦାଦନ ମଳା’ କଥା କହୁଛନ୍ତି !

କଂଗ୍ରେସର ଇସ୍ତାହାର
°°°°°°°°°°°°°°°°°°°
* ଜୀବନ ଦୁଃଖରୁ ମୁକ୍ତି ଦେବୁ । କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା, କୃଷିର ଉନ୍ନତୀକରଣ, ଲଘୁଉଦ୍ୟୋଗ ପ୍ରତିଷ୍ଠାନ ଓ ଏନ୍.ଆର୍.ଜି.ଏସ୍. କୁ କ୍ରିୟାଶୀଳ କରି ଦାଦନ ପ୍ରଥାକୁ ରୋକିବୁ । ନୂଆପଡ଼ାର ଯୁବକ ଯୁବତୀମାନଙ୍କୁ ତାଙ୍କ ମାଟିରେ ରୋଜଗାର ପନ୍ଥା ଦେବୁ ।
* ଶୀତଳଭଣ୍ଡାର ନିର୍ମାଣ, ଗୋଦାମଘର ପ୍ରତିଷ୍ଠା ମାଧ୍ୟମରେ ଚାଷୀଙ୍କ ଉତ୍ପାଦିତ ଜିନିଷର ସଂରକ୍ଷଣ କରାଯିବ ।
* ପତୋରା ଡ୍ୟାମ ଓ ତିଖାଲି ପ୍ରକଳ୍ପର ଉନ୍ନତୀକରଣ ସହିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମାଧ୍ୟମରେ ନୂଆପଡ଼ାର ୬୦ ଭାଗ ବାଷ ଜମିକୁ ଜଳସେଚନର ବ୍ୟବସ୍ଥା ।
* ଜଙ୍ଗଲ ଅଧୁକାର ଆଇନକୁ କାର୍ଯ୍ୟକାରୀ କରି ଆଦିବାସୀମାନଙ୍କୁ ଜମି ଅଧିକାର ଦେବା ଓ ଭୂମିହୀନ ଲୋକଙ୍କୁ ଚିହ୍ନଟ କରି ବସୁନ୍ଧରା ଯୋଜନା ମାଧ୍ୟମରେ ଘରଡିହ ପଟ୍ଟା ଦେବା ।
* ସବୁ ସ୍କୁଲରେ ଶିକ୍ଷକ ପଦବୀ ପୂରଣ ସହିତ ବିଦ୍ୟାଳୟମାନଙ୍କରେ ଗୁଣାତ୍ମକ ମାନର ଶିକ୍ଷା ଦେବା ।
* ପ୍ରତି ପିଏସସି ଓ ସିଏସସି ଗୁଡିକରେ ଡାକ୍ତର ନିଯୁକ୍ତି ସହିତ ଗୁଣାତ୍ମକ ସ୍ୱାସ୍ଥ୍ୟବ୍ୟବସ୍ଥା ଯୋଗାଇବାର ପ୍ରୟାସ କରିବା ।
* ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଗୁଡ଼ିକ ଦ୍ବାରା ଅଣୁସ୍ତରରେ ଉଦ୍ୟୋଗ ପ୍ରତିଷ୍ଠା କରି ସେମାନଙ୍କୁ ସ୍ୱାବଲମ୍ବନ କରିବା ।

ପ୍ରତିକାର ଲୋଡ଼ା
°°°°°°°°°°°°°°°°
* ପ୍ରଶାସନକୁ ଲୋକାଭିମୁଖ କରିବାକୁ ହେଲେ ବିଡିଓ, ତହସିଲଦାର ଜେଇଇ ପ୍ରମୁଖଙ୍କୁ ଲୋକଙ୍କ ଦ୍ୱାରକୁ ଯିବାକୁ ହେବ
* ବ୍ଲକମାନଙ୍କରେ ଗଲିଥିବା ପିସି କାରବାର ପୁରା ବନ୍ଦ କରିବାକୁ ହେବ ।
* ଦାଦନ ରୋକିବାକୁ ଏନଆରଇଜିଏସ ମିଛବିଲ ରୋକାଯାଇ ଶ୍ରମିକଙ୍କୁ ନିଶ୍ଚିତ କାମ ଦିଆଯିବା ସହ କୃଷିଭିଭିକ ଶିଳ୍ପ ଜରିଆରେ ସେମାନଙ୍କ ରୋଜଗାର ବଢ଼ାଇବାକୁ ହେବ ।
* ଦାଦନ ଚିହ୍ନଟ କରି, ଯାହାର ଜମି ଅଛି, ଗଭୀର ନଳକୂପ ଖନନ କରାଇ, ଧାନ, ପରିବା, ମାଛ ଚାଷ ଦ୍ୱାରା ବର୍ଷକୁ ଜଣେ ଭଲ ରୋଜଗାର କରିପାରିବ ।

ଯୁବସଂପଦ ଓ ବାଦନ:
* ଠିକାଭିତ୍ତିକ ନିଯୁକ୍ତି ବଦଳରେ ସ୍ଥାୟୀ ନିଯୁକ୍ତି ବ୍ୟବସ୍ଥା ହେଲେ ଯୁବବର୍ଗ ବାଦନ ଖଟିବାକୁ ଯିବେନାହିଁ । ୩ୟ ଓ ୪ର୍ଥ ସ୍ତରୀୟ ଚାକିରିକୁ ଜିଲ୍ଲାସ୍ତରୀୟ କରାଯିବା ଦରକାର ।
ଜଳସେଚନ:
* ଜଳସେଚନର ବ୍ୟବସ୍ଥା ସହ ମଣ୍ଡି ଖୋଲାଗଲେ ଚାଷୀ ଉପକୃତ ହେବେ ।
* ପତୋରା ଡ୍ୟାମର ଉଚ୍ଚତା ବଢ଼ାଇ ଜଳସେଚନର ବ୍ୟବସ୍ଥା କରାଯାଇପାରିବ । ଏହାଫଳରେ ଦ ଲେଇମୁଣ୍ଡା, ଗଡ଼ଫୁଲା, ସାଇପାଲ, କୁଟେନଚୁଆଁ, ସାଲିଆ, କୋଦୋମିରୀ, ବୋଇଭାଡ଼ି, ବିସେମାଳ, କୁଲିରାବମ୍ବ, ଜାମପାଳ ଆଦି ଅଞ୍ଚଳରେ ଜଳସେଚନ ହୋଇପାରିବ ।
* ନଥମଲ ମନ୍ଦିର ପଖରେ ଜଙ୍କ ନଦିରେ ବ୍ୟାରେଜ କରାଗଲେ ବିଶ୍ରା, କାଦୋମାରୀ, ବେଲଟୁକୁରୀ, ଭାଲେଶ୍ବର ଆଦି ଗାମପଞ୍ଚାୟତ ଜଳସେଚନର ସୁବିଧା ପାଇବେ।
* କୋମନା ଏକ ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ । ରୂପିଅମ ନାଲାରେ ବାଘଝୋଲା ବ୍ୟାରେଜ କରାଯାଇ ପାହାଡ଼ରେ ଗର୍ତ୍ତକରି ଭୂତଳ ପାଇପ ଜଳରେ ଜଳସେଚନ ହୋଇପାରିବ । ଏହା ହେଲେ ସିଆଲୋଟି, କୁରୁମପୁରୀ, ପଲସିପାନି, ଜଡ଼ଗଡ଼, ସମରସିଂଘି ଆଦି ଅଞ୍ଚଳର ଚାଷୀମାନେ ହସିବେ ।

ଗମନାଗମନ : ଲଖନା ଓଭରବ୍ଲିଜ ହେଲେ ବ୍ୟବସାୟ ବଢ଼ିବ ।
ଶିକ୍ଷା:
* ବହୁତ ସ୍କୁଲ ବନ୍ଦ ହେଲାଣି । ଆହୁରି ଅନେକ ସ୍କୁଲରେ ଶିକ୍ଷକ ନାହାନ୍ତି । ଅଗ୍ରାଧଳାର ଭିତ୍ତିରେ ଶିକ୍ଷକ ନିଯୁକ୍ତି ଦାବି ଜୋରଦାର ହେବ।
* ବେଲଗାଁ ବୁଡ଼ିଅଞ୍ଚଳ, କୁଲିଆଦନ୍ଧା, ସୁନାବେଡ଼ା ଆଦି ଅଞ୍ଚଳରେ ଯୁକ୍ତ ଦୁଇ କଲେଜ ଖୋଲାଯିବା ଆବଶ୍ୟକ ।
* କାଣ୍ଡୋତାରା, ମିଛାପାଲି, ଆମାନାରା, ସରାବଙ୍ଗ, ବେଳଟୁକୁରି, ବୀରୋମାଲ, ତଲେଇମୁଣ୍ଡା ଠାରେ ଡିଗ୍ରି କଲେଜ ସ୍ଥାପନ ଆମର ଦାବି ।
ସ୍ବାସ୍ଥ୍ୟ:
* କିଛି ହସପିଟାଲ ଓ ସ୍ୱାସ୍ଥ୍ୟକେନ୍ଦ୍ର ଅଛି : ଅଥଚ ଡାକ୍ତର କାହାନ୍ତି । ତୁରନ୍ତ ଡାକ୍ତର ପଦବି ପୂରଣ କରିବାକୁ ହେବ ।
* ହସପିଟାଲମାନଙ୍କରେ ଆଧୁନିକ ଯନ୍ତ୍ରପାତି ଯୋଗାଣ ଲୋଡ଼ା । ମିଛାପାଲି ଭଳି ସ୍ଥାନରେ ହସପିଟାଲ ନିର୍ମାଣ ଆମର ଦାବି।
ଆଦିବାସୀଙ୍କ ଅଧିକାର :
* ୨୫ ହଜାରରୁ ଉର୍ଦ୍ଧ ଲୋକଙ୍କୁ ଉଚ୍ଛେଦ କରାଯାଇଛି ।
* ଆଦିବାସୀଙ୍କୁ ଚିହ୍ନଟ କରି ଜଙ୍ଗଲ ଅଧିକାର ଆଇନ ଅନୁସାରେ ପଟ୍ଟା ଦିଆଯାଉ ।
ବିଜୁଳି ଓ ଟେଲି-ଯୋଗାଯୋଗ:
* ସୁନାବେଡ଼ା ଅଞ୍ଚଳର ମାତ୍ର ୪ଟି ଗ୍ରାମରେ ବିଜୁଳି ସୁବିଧା ଅଛି । ଅବଶିଷ୍ଟ ଗ୍ରାମକୁ ତୁରନ୍ତ ବିଜୁଳି ଲାଇନ ଆବଶ୍ୟକ।
* ଆଜି ମଧ୍ୟ ଅନେକ ଗ୍ରାମରେ ମୋବାଇଲ ନେଟୱର୍କ ନାହିଁ: ପ୍ରତିକାର ଲୋଡ଼ା ।

ପର୍ଯ୍ୟଟନ: ପତୋରା ଡ୍ୟାମ୍ ଅଞ୍ଚଳରେ ଗୋଧସ, ଖରଇଧସ, ଚେନିଆଧସ ଆଦିକୁ ତିକଶିତ କରାଗଲେ ପର୍ଯ୍ୟଟକଙ୍କର ସୁଅ ଛୁଟିବ ।

ବିଜେଡି ଓ ବିଜେପି ଦ୍ବାରା ନୂଆପଡ଼ା ପ୍ରତାରିତ
================
* ଦୀର୍ଘ ୨୫ ବର୍ଷ ଧରି ନୂଆପଡ଼ାକୁ ପ୍ରତାରିତ କରିଛନ୍ତି ଉଭୟ ବିଜେଡି ଓ ବିଜେପି ।
* ଦାଦନର ଦୁଃଖରୁ ମୁକ୍ତି ଦେଇପାରି ନାହିଁ । ହଜାର ହଜାର ଯୁବକ ଯୁବତୀ ଜୀବିକା ଅନ୍ଵେଷଣରେ ଭିଟାମାଟି ଛାଡିଛନ୍ତି ।
* ହଜାର ହଜାର ଆଦିବାସୀ ଜମି ଅଧିକାର ପାଇବାରୁ ବଂଚିତ ହୋଇଛନ୍ତି । ଜଙ୍ଗଲ ଅଧିକାର ଆଇନକୁ କାର୍ଯ୍ୟକାରୀ କଲେ ନାହିଁ ଉଭୟ ବିଜେଡି ଓ ବିଜେପି ।
* ମୌଳିକ ସ୍ୱାସ୍ଥ୍ୟସେବା ଅପହଂଚ । ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନାହାନ୍ତି ।
* ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି । ନୂଆପଡ଼ାର ଭବିଷ୍ୟତମାନେ ଗୁଣାମୁଳ ଶିକ୍ଷା ପାଇନାହାନ୍ତି । ଅନେକ ସ୍କୁଲରେ ଆବଶ୍ୟକ ଶିକ୍ଷକ ନାହାନ୍ତି ।
* ଚାଷୀଙ୍କ ଜମିଳୁ କୂଳସେଚନ ଯଥେଷ୍ଟ ପରିମାଣରେ ହୋଇପାରିଲା ନାହିଁ । ମଣ୍ଡି ସମସ୍ୟାର ସମାଧାନ ହୋଇପାରିଲା ନାହିଁ ।
* ନୂଆପଡ଼ା ସୁପରସ୍ପେସିଆଲିଟି ହସପିଟାଲ କାର୍ଯ୍ୟକାରୀ ହୋଇପାରିଲା ନାହିଁ ।
* ଚାଷୀର ବିଳାଶ ହୋଇପାରିଲା ନାହିଁ କିମ୍ବା କୃଷିରିଭିଜ ଶିଜ ପ୍ରତିଷ୍ଠା ହୋଇପାରିଲା ନାହିଁ ।

ତୁରନ୍ତ କର, ନହେଲେ ଗାଦି ଛାଡ଼
:::::::::::::::::::::::::::::::::::::
* କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା କରି ବାଦନ ଦୁଃଖ ଦୂର କର ।
* ସୀମାନ୍ତ ଅଞ୍ଚଳରେ ଓୟାରହାଉସ ପ୍ରତିଷ୍ଠା କରି ଚାଷୀଙ୍କ ଚିନାବାଦାମ ଓ ପିଆଜ ପରି ଉତ୍ପାଦ ପଡୋଶୀ ରାଜ୍ୟରେ ବିକ୍ରି କରାଇବାର ବାଟ ଫିଟାଅ ।
* ଜିଲ୍ଲାରେ ଶୀତଳ ଭଣ୍ଡାର ନିର୍ମାଣ କରି ଚାଷୀମାନଙ୍କ ଜୀବିକାର ରାସ୍ତା ଦେଖାଅ ।
* ପତୋରା ଡ୍ୟାମର ଉନ୍ନତୀକରଣ କରି ଅଧିକ ଅଞ୍ଚଳକୁ ଜଳସେଚିତ କର ।
* ତିଖାଲି ପ୍ରକଳ୍ପର ଉନ୍ନତୀକରଣ ଓ ଏଇଆଇ ପଏଣ୍ଟମାନ କରି କୋମନା ବ୍ଳକକୁ ଜଳସେଚିତ କର ।

ମାଟିର ଲଢ଼ୁଆ ପୁଅ ଘାସିରାମ ମାଝୀ
~~~~~
* ଏଇ ନୂଆପଡ଼ା ମାଟିର ପୁଅ, ମାଟି ପାଇଁ ଉତ୍ସର୍ଗୀକୃତ
* ୪୧ ବର୍ଷର ନିସ୍କଳଙ୍କ ରାଜନୈତିକ ଜୀବନ ।
* ବ୍ଲକ ଅଧ୍ୟକ୍ଷ ଥିବାବେଳେ ପିସି କାରବାର ବନ୍ଦ; ନିଜ ବିଡିଓଙ୍କୁ ଦୁର୍ନୀତି ଯୋଗୁଁ ଭିଜିଲାନ୍ସ ଧରାଇଥିଲେ, ସରପଂଚଙ୍କୁ ସସ୍ପେଣ୍ଡ କରାଇଥିଲେ ।
* ଦୁର୍ନୀତି ବିରୋଧରେ ବେସାଲିସ ସଂଗ୍ରାମ ଅବ୍ୟାହତ; ବିଭିନ୍ନ ସମୟରେ ୫୦ରୁ ଊର୍ଦ୍ଧ୍ବ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସସ୍ପେଣ୍ଡ କରାଇବାର ମୁଖ୍ୟ ଭୂମିକା ।
* ପୂର୍ବରୁ ବିଧାୟକ, ଏନଏସି ଅଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟଙ୍କୁ ଜିତାଇବାରେ ପ୍ରମୁଖ ଭୂମିକା । ଅଞ୍ଚଳର ପ୍ରବାଦ ପୁରୁଷ ସ୍ୱର୍ଗତ ଘାସିରାମ ମାଝୀଙ୍କୁ ୩ ନିର୍ବାଚନରେ ସହଯୋଗ ।
* ତୃତୀୟ ଥର ଜିଲ୍ଲା କଂଗ୍ରେସ କମିଟିର ସଭାପତି ନିଯୁକ୍ତ ।
* ଜିଲ୍ଲାରେ ବହୁ ଜନାଭିମୁଖୀ ଆନ୍ଦୋଳନର ନେତୃତ୍ବ; ଦିଦ୍ୟାଳୟମାନଙ୍କରେ ଶିକ୍ଷକ ନିଯୁକ୍ତି ପାଇଁ ଦୁର୍ବାର ଆନ୍ଦୋଳନ ।
* ହସପିଟାଲର ଉନ୍ନତୀକରଣ ପାଇଁ ଏକାଧିକ ଆନ୍ଦୋଳନ: ସାଂସଦ ଭକ୍ତ ଚରଣ ଦାସଙ୍କ ଦ୍ଵାରା ୧୮ କୋଟି ଟଙ୍କା ବ୍ୟୟରେ ହସପିଟାଲ ନିର୍ମାଣ ପାଇଁ ମଂଜୁରୀ ।
* ସାଂସଦ ଭକ୍ତଚରଣ ଦାସଙ୍କ ଦ୍ବାରା ସୁନାବେଡ଼ାର ଚକୋଟିଆ-ଲୁଞ୍ଜିଆ ଆଦିବାସୀ ବର୍ଗର ସର୍ବାଙ୍ଗୀନ ବିକାଶ ପାଇଁ କେନ୍ଦ୍ରର ୨୭୨ କୋଟି ଟଙ୍କା ମଂଜୁରୀ ।
* ୧୯୯୯ରେ ନୂଆପଡ଼ାରେ ମଣ୍ଡି ବ୍ୟବସ୍ଥାର ଜନ୍ମଦାତା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking