ଭୁବନେଶ୍ୱର: ବିଜେଡି ଛାଡିବା ନେଇ ଜୟ ଢୋଲକିଆଙ୍କ ପ୍ରତିକ୍ରିୟା । ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଅସୁସ୍ଥ ଥିଲା ବେଳେ ବିଜେଡି ପଚାରିଲା ନାହିଁ ବାପାଙ୍କୁ । ଯେଉଁ ନେତା ପାର୍ଟିରେ ଜୀବନ ସାରା ରହିଲେ, ତାଙ୍କୁ ନା ଫୋନ୍ କଲେ ନା ସହେଯାଗ । ବାପଙ୍କ ଦଶାହ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକରେ ବି ମତେ ଡକା ଯାଇନଥିଲା । ମୁଁ ପୁଅ ହେଇ ବି ସେମାନେ ଡାକି ନଥିଲେ । ଯେଉଁଥିପାଇଁ ମୁଁ ସେ ଦଳ ଛାଡିଲି । ବାପଙ୍କ ସ୍ୱପ୍ନ ଥିଲା ଯେ ନୂଆପଡାକୁ ଏକ ନମ୍ବର କରିବା । ତେଣୁ ବାପାଙ୍କ ସ୍ୱପ୍ନ ପୂରଣ କରିବାକୁ ବିଜେପିକୁ ଆସିଲି । ବିଜେଡିରେ ଏହା ସମ୍ଭବ ହୋଇନଥାନ୍ତା ।










