24.1 C
Bhubaneswar
Sunday, December 7, 2025
Homeଓଡିଶାଜିରୋ କାଜୁଆଲିଟି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଜିରୋ କାଜୁଆଲିଟି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ମୋନ୍ଥାକୁ ନେଇ ସରକାରଙ୍କ ସମୀକ୍ଷା ବୈଠକ ସାରିଛି । ଲୋକସେବା ଭବନରେ ସମୀକ୍ଷା ବୈଠକ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ରାଜସ୍ୱ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଉପସ୍ଥିତ ଥିଲେ । ଏସଆରସି ଓ ସବୁ ବିଭାଗ ଅଧିକାରୀ ସାମିଲ ହୋଇଥିଲେ । ଜଳସମ୍ପଦ ବିଭାଗ ଅତିରିକ୍ତ ସଚିବ, ସ୍ୱାସ୍ଥ୍ୟ ସଚିବ ଉପସ୍ଥିତ ଥିଲେ । ପଞ୍ଚାୟତିରାଜ ସଚିବ, ଶକ୍ତି ସଚିବ, ପୁଲିସ ଡିଜି, ଅଗ୍ନିଶମ ଡିଜି ବୈଠକରେ ସାମିଲ ହୋଇଥିଲେ । ବାତ୍ୟା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସୂଚନା ଦେଇ କହିଛନ୍ତି ଯେ ମୁକାବିଲା ପାଇଁ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି । ଜିରୋ କାଜୁଆଲିଟି ଲକ୍ଷ୍ୟରେ କାର୍ଯ୍ୟ କରାଯାଉଛି । ଦକ୍ଷିଣ ଓଡିଶାରେ ବର୍ଷା ଆରମ୍ଭ ହୋଇ ସାରିଛି । ବିଶେଷକରି ୮ଟି ଜିଲ୍ଲା ଆଜି ଓ କାଲି ପ୍ରଭାବିତ ହେବ । ବର୍ତ୍ତମାନ ସୁଦ୍ଧା ୧୧ ହଜାର ୩୯୬ ଜଣଙ୍କୁ ସ୍ଥାନାନ୍ତର ସରିଛି । ୩୦ ହଜାର ୫୯୬ ଜଣଙ୍କୁ ସ୍ଥାନାନ୍ତର କରିବା ଲକ୍ଷ୍ୟ ରହିଛି । ଆବଶ୍ୟକ ପଡିଲେ ସେମାନଙ୍କୁ ସ୍ଥାନାନ୍ତର କରାଯିବ । ୧୮୭୧ ଗର୍ଭବତୀ ମହିଳାଙ୍କୁ ମେଡିକାଲ୍ ନିଆଯାଇଛି । ଆଉ ୮୨୨ ଗର୍ଭବତୀଙ୍କୁ ମଧ୍ୟ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ରହିଛି । ଦକ୍ଷିଣ ଓଡିଶା ଜିଲ୍ଲାର ପର୍ଯ୍ୟଟନସ୍ଥଳୀକୁ ବାରଣ କରାଯାଇଛି । ଅନ୍ୟପଟେ, ସମୁଦ୍ର ମଧ୍ୟରେ ବଳ ଗୋଟାଉଛି ଭୀଷଣ ବାତ୍ୟା ‘ମୋନ୍ଥା’। ଘଣ୍ଟା ପ୍ରତି ୧୨ କିମି ବେଗରେ ଗତି କରି ନିକଟତର ହେଉଛି। ମଛଲିପଟନମ ଠାରୁ ୧୪୦, କାକିନାଡ଼ା ଠାରୁ ୨୪୦ କିମି ଦୂରରେ ଅଛି । ଗୋପାଳପୁର ଠାରୁ ୫୩୦ କିମି ଦୂରରେ ‘ମୋନ୍ଥା’। ଆଜି ସଂଧ୍ୟା କିମ୍ବା ରାତିରେ ସ୍ଥଳଭାଗ ଛୁଇଁବ ‘ମୋନ୍ଥା’। ଆନ୍ଧ୍ର ଉପକୂଳ କାକିନାଡ଼ା ଦେଇ ଅତିକ୍ରମ କରିବ। ଲ୍ୟାଣ୍ଡଫଲ୍ ବେଳେ ପବନର ସର୍ବାଧିକ ବେଗ ୧୧୦ କିମି ରହିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking