ଭୁବନେଶ୍ୱର: ୨୭ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା ମୋନ୍ଥା । ଥାଇଲାଣ୍ଡର ସୁପାରିସେ ବାତ୍ୟା ନାଁ ରଖାଯାଇଛି ମୋନ୍ଥା । ଥାଇ ଭାଷାରେ ମୋନ୍ଥାର ଅର୍ଥ ସୁଗନ୍ଧିତ ଫୁଲ, ସୁନ୍ଦର ଫୁଲ । ବାତ୍ୟାର ନାଁ ମୋନ୍ତା ନେଇ ଏଯାଏଁ ସ୍ପଷ୍ଟ କରିନାହିଁ ଆଇଏମଡି । ଡବ୍ଲ୍ୟୁଏମଓ ପ୍ୟାନେଲ ଅନୁସାରେ ଏଥର ଥାଇଲାଣ୍ଡ ନାମକରଣ କରିବ । ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସ୍ୟଜୀବୀଙ୍କୁ ସତର୍କ କଲା ପାଣିପାଗ କେନ୍ଦ୍ର । ୨୬ ତାରିଖରୁ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ସମୁଦ୍ର ଅଶାନ୍ତ ରହିବାରୁ ୨୯ ଯାଏଁ ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।










