ଭୁବନେଶ୍ୱର: ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ଦେଖାଦେଇଛି। ବାତ୍ୟା ପରେ ବଢିଲା ଭୟ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ଲଘୁଚାପ । ଆହୁରି ଘନୀଭୁତ ହେବା ନେଇ ସ୍ପଷ୍ଟ କରୁଛି ଭାରତୀୟ ପାଣିପାଗ କେନ୍ଦ୍ର । ଅଧିକାଂଶ ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଥିବା ବେଳେ ସୃଷ୍ଟି ହଇଥିବା ମଡେଲ ସେହି ଦିଗ ଦେଇ ଯାଉଥିବା ଜଣାପଡିଛି । ପାଣିପାଗ ବିଜ୍ଞାନୀ ଶରତ ସାହୁଙ୍କର କହିବାର କଥା ଯେ, ମଡ୍ୟୁଲ କହୁଛି, ଅଧିକ ଘନୀଭୁତ ହୋଇ ଅତି ବେଶୀରେ ବାତ୍ୟାର ରୂପ ନେଇପାରେ । ବଡ ଆକାରରେ ନହେଲେ ବି ଛୋଟ ଧରଣର ବାତ୍ୟା ହେବା ଭୟ ବୋଲି ସେ କହିଛନ୍ତି । ସେହିପରି ପାଣିପାଗ ବିଜ୍ଞାନୀ ଉମା ଶଙ୍କର ଦାସ ମଧ୍ୟ ବାତ୍ୟା ଭୟ ଦେଖାଇଛନ୍ତି । ତେବେ ବାତ୍ୟା ମାସ ଅକ୍ଟୋବର ଶେଷ ଆଡକୁ ସ୍ପଷ୍ଟ ଏହି ଲଘୁଚାପ କେଉଁ ରୂପ ନେବ ବାତ୍ୟାର ରୂପ ଆଣିବ କି ନାହିଁ ତାକୁ ନେଇ ଆଶଙ୍କା ରହିଛି । କାରଣ ପୂର୍ବରୁ ଆମେରିକୀୟ ପାଣିପାଗ ସଂସ୍ଥା ଜିଏଫଏସ ୟୁରୋପୀୟ ଇସିଏମଡବ୍ଲ୍ୟୁଏଫ ଇଣ୍ଡିକେସନ ଠିକ ଏହି ଦିଗକୁ ହିଁ ଯାଉଛି । ଏନେଇ ଆଇଏମଡି କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ ।









