ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ନିଯୁକ୍ତି ପାଇବେ ସ୍ଥାୟୀ ଅଧ୍ୟାପକ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ତା ପୂର୍ବରୁ ଅନୁଦାନପ୍ରାପ୍ତ କଲେଜରେ ଶିକ୍ଷାଦାନ କରିବେ ଅବସରପ୍ରାପ୍ତ ଅଧ୍ୟାପକ । ୪୮୮ ଓ ୬୬୨ ବର୍ଗ ସରକାରୀ ଅନୁଦାନ ପ୍ରାପ୍ତ କଲେଜରେ ଶିକ୍ଷାଦାନ କରିବେ । ଆସନ୍ତା ୩୧ ସୁଦ୍ଧା ଏଚଆଇଏମଏସ ପୋର୍ଟାଲରେ ଆବେଦନ କଲେ ନିଯୁକ୍ତି ମିଳିବ ।










