24.1 C
Bhubaneswar
Tuesday, February 10, 2026
Homeଓଡିଶାବିଶେଷ ସଘନ ସଂଶୋଧନ ପ୍ରସ୍ତୁତି ପାଇଁ ଆୟୋଜିତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ ସମାପ୍ତ

ବିଶେଷ ସଘନ ସଂଶୋଧନ ପ୍ରସ୍ତୁତି ପାଇଁ ଆୟୋଜିତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ ସମାପ୍ତ

ନୂଆଦିଲ୍ଲୀ: ଭାରତ ନିର୍ବାଚନ ଆୟୋଗ (ECI) ର ଦୁଇ ଦିନିଆ ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ସମ୍ମିଳନୀ ଆଜି ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ଡେମୋକ୍ରାସି ଆଣ୍ଡ ଇଲେକ୍ଟୋରାଲ୍ ମ୍ୟାନେଜମେଣ୍ଟ (IIIDEM) ରେ ସମାପ୍ତ ହୋଇଛି ।

ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ନିର୍ବାଚନ କମିଶନର ଡକ୍ଟର ସୁଖବୀର ସିଂହ ସାନ୍ଧୁ, ଡକ୍ଟର ବିବେକ ଜୋଶୀଙ୍କ ସମେତ ଦେଶର ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ, ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା ଶ୍ରୀ ଆର ଏସ ଗୋପାଳନ (ଭା. ପ୍ର. ସେ), ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶାନ୍ତ ମିଶ୍ର, ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଡ଼ଃ ଲକ୍ଷ୍ମୀପ୍ରସାଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

ନିର୍ବାଚନ ଆୟୋଗ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ସେମାନଙ୍କ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶରେ ବିଶେଷ ସଘନ ସଂଶୋଧନ (SIR) ପାଇଁ ସେମାନଙ୍କର ପ୍ରସ୍ତୁତିକୁ ଚୂଡ଼ାନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆୟୋଗର ବରିଷ୍ଠ ଅଧିକାରୀଙ୍କ SIR ପ୍ରକ୍ରିୟା ଉପରେ ଉପସ୍ଥାପନା ପରେ, ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କ ଦ୍ୱାରା ଉଠାଯାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଏହି ସମ୍ମିଳନୀରେ ରଖାଯାଇଥିଲା ।

ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ ବିଗତ SIR ଅନୁଯାୟୀ ବର୍ତ୍ତମାନର ଭୋଟରମାନଙ୍କୁ ପୂର୍ବ ଭୋଟରମାନଙ୍କ ଅନୁସାରେ ମାନଚିତ୍ରଣ କରିବା ପାଇଁ ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ମାନଙ୍କୁ ଦିଆଯାଇଥିବା ନିର୍ଦ୍ଦେଶ ଉପରେ ହୋଇଥିବା ଅଗ୍ରଗତିକୁ ଆୟୋଗ ମୂଲ୍ୟାଙ୍କନ କରିଥିଲେ। ଆୟୋଗ ନିର୍ବାଚନ ହେବାକୁ ଥିବା ରାଜ୍ୟ/କେନ୍ଦ୍ରଶାସିତ ଅଂଚଳ ଯଥା ଆସାମ, ତାମିଲନାଡୁ, ପୁଡୁଚେରୀ, କେରଳ ଏବଂ ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ବ୍ୟକ୍ତିଗତ ଭାବରେ ଆଲୋଚନା କରିଥିଲେ।

ସେପ୍ଟେମ୍ବର ୧୦, ୨୦୨୫ ରେ ଅନୁଷ୍ଠିତ SIR ପ୍ରସ୍ତୁତି ସମ୍ମିଳନୀର ଅନୁରୂପ ଭାବରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଛି, ଯେଉଁଥିରେ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ, ପୂର୍ବ SIR ଅନୁଯାୟୀ ଭୋଟରଙ୍କ ସଂଖ୍ୟା, ପୂର୍ବ SIR ର ଯୋଗ୍ୟତା ତାରିଖ ଏବଂ ସେମାନଙ୍କ ସମ୍ପୃକ୍ତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶରେ ଭୋଟର ତାଲିକା ଉପରେ ବିସ୍ତୃତ ଉପସ୍ଥାପନା ରଖିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking