16.1 C
Bhubaneswar
Thursday, February 5, 2026
Homeଓଡିଶାଦୀପାବଳିରେ ଯାଜପୁରରେ ପାଳିଲେ ଗାଁ ଦିବସ

ଦୀପାବଳିରେ ଯାଜପୁରରେ ପାଳିଲେ ଗାଁ ଦିବସ

ଯାଜପୁର: ଯାଜପୁର ବ୍ଲକ ଓ ଦଶରଥପୁର ବ୍ଲକ ରେ ଦୀପାବଳି ରେ ଗାଁ ଦିବସ ପାଳନ କରାଯାଇଛି. ଗାଁ ଦିବସ ର ଯାଜପୁର ଜିଲ୍ଲା ସଂଯୋଜକ ଡ଼କ୍ଟର କୈଳାଶ ବେହେରା ଙ୍କ ନେତୃତ୍ୱ ରେ ଗାଁ ଦିବସ ଯାଜପୁର ବ୍ଲକ ଅନ୍ତର୍ଗତ ଆନ୍ଦୋଳା ସ୍ଥିତ ନାଗେଶ୍ୱର ମନ୍ଦିର ପରିସରରେ ଯାଜପୁର ଜିଲ୍ଲା ର ବିଭିନ୍ନ ବ୍ଲକ ରୁ କଳାକାର, ସାହିତ୍ୟିକ, ବୁଦ୍ଧିଜୀବୀ ମାନେ ଏକାଠି ହୋଇ ଗାଁ ଦିବସ ପାଳନ କରିଛନ୍ତି. ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଆଡ଼ଭୋକେଟ ହରିହର ସ୍ୱାଇଁ ଯୋଗଦେଇ ସମସ୍ତ ଙ୍କୁ ମାନପତ୍ର ପ୍ରଦାନ କରିଛନ୍ତି.*ଭାଇଚାରା ବାର୍ତ୍ତା ସହ ଦୀପାବଳିରେ ପ୍ରଥମ ଥର ଓଡ଼ିଶା ପାଳିବ ଗାଁ ଦିବସ ପାଳନ ହେଉଛି l ଯାଜପୁର ଜିଲ୍ଲା ରେ ସମସ୍ତ ଗ୍ରାମ ରେ 21,22,23 ପାଳନ ହେବ, ସମସ୍ତ ଗାଁ କୁ ଗାଁ ଦିବସ ଅଭିଯାନର ବାର୍ତ୍ତା ଯିବ ”ଆମେ ପାଳିବା ଗାଁ ଦିବସ ଦୀପାବଳିରେ ଏହି ବର୍ଷ, ଆମେ ପାଳିବା ଗାଁ ଦିବସ ଦୀପାବଳିରେ ସବୁ ବର୍ଷ” l ଗାଁକୁ ଯିବା, ଗାଁକୁ ଭଲପାଇବା l ପ୍ରବାସୀ ଭାରତୀୟ ଦିବସ ଯେମିତି ମା, ମାଟି ଆଉ ମାତୃଭୂମିକୁ ଭଲ ପାଇବାର କଥା ସହ ଭୋକାଲ ଫର ଲୋକାଲକୁ ପ୍ରୋତ୍ସାହିତ କରୁଛି ଗାଁ ଦିବସରେ ବି ଏହି ସ୍ଲୋଗାନ ସହ ଭାଇଚାରାର ବାର୍ତ୍ତା ନେଇ ଦୀପାବଳିରେ ଗାଁ ଦିବସ ପାଳିବାକୁ ଓଡ଼ିଶାର ଗାଁକୁ ଯାଉଛି ରାଜ୍ୟର ଅଗ୍ରଣୀ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ- କଳାକ୍ଷେତ୍ର l ଏନେଇ ଶନିବାର ଅପରାହ୍ନରେ ସ୍ଥାନୀୟ ଲୋହିଆ ଏକାଡେମୀଠାରେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗାଁ ଦିବସ ଅଭିଯାନ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି କଳାକ୍ଷେତ୍ର ପ୍ରତିଷ୍ଠାତା ତଥା ଆବାହକ ବାସୁଦେବ ମାଳବିଶୋଇ ଶ୍ରୀ ମାଳବିଶୋଇ କହିଛନ୍ତି, ଆଜି ସମସ୍ତେ ଗାଁ ଛାଡି ସହର ମୁହାଁ କିନ୍ତୁ ମହାତ୍ମାଗାନ୍ଧୀଙ୍କ ଦୃଷ୍ଟିରେ ଆଜି ବି ଭାରତର ଆତ୍ମ ଗାଁରେ ବଂଚିଛି l ସେଥିପାଇଁ ତ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗାଁକୁ ଫୋକସ କରିଛନ୍ତି l ଆଜି ସବୁ କାର୍ଯ୍ୟ ଗାଁ ରୁ ଆରମ୍ଭ ହେଉଛି l ଏହିଭଳି ସମୟରେ କଳାକ୍ଷେତ୍ର ନିଷ୍ପତ୍ତି ନେଇଛି l ଗାଁର ମହକ, ଗାଁର ସୁରକ୍ଷା ତାର ସଂସ୍କୃତି, ଭାଇଚାରା, ଏକତା, ଅଖଣ୍ଡତାକୁ ବଜାଇ ରଖିବା ଏବଂ ପୁଣିଥରେ ସମସ୍ତଙ୍କୁ ଏହି କଥା ମନେପକାଇ ଦେବା ଲାଗି କଳାକ୍ଷେତ୍ରର ଏହି ପ୍ରୟାସ l ୨୦୨୧ ମସିହାରୁ ଗାଁ ଦିବସ ନାଁ ରେ କଳାକ୍ଷେତ୍ର ଏହି ଅଭିଯାନ ଚଳାଇ ଆସିଥିଲା ବେଳେ ପ୍ରଥମ କରି ଚଳିତ ବର୍ଷ ଦିବସ ପାଳିବାକୁ ନିଷ୍ପତ୍ତି ନେଇଛି l କାରଣ ଆମ ଦେଶରେ ବିଭିନ୍ନ ଦିବସକୁ ମିଶାଇ ପ୍ରାୟ ୪୦୦ ଟି ଦିବସ ପାଳନ ହେଉଛି l ଓଡ଼ିଶାରେ ବି ୧୨ ମାସରେ ୧୩ ପର୍ବ ହେଉଛି l ପୁଣି ଦେଶରେ ୬ ଲକ୍ଷ ୬୫ ହଜାରରୁ ଅଧିକ ଗାଁ, ରାଜ୍ୟରେ ୫୧ ହଜାର ୩୪୯ ଗାଁ ରହିଛି l କିନ୍ତୁ କେଉଁଠି ସ୍ୱତନ୍ତ୍ର ଭାବରେ ଗାଁ ଦିବସ ନାହିଁ l ତେଣୁ ସମସ୍ତ ବିଷୟକୁ ଧ୍ୟାନରେ ରଖି ଗାଁର ଉନ୍ନତୀ ଓ ବିକାଶକୁ ପ୍ରାଥମିକତା ଦେଇ ଏହି ଦିବସ ପାଳନ ହେଉଛି l ୨୧ରୁ ୨୩ ଅକ୍ଟୋବର ପର୍ଯ୍ୟନ୍ତ ୩ ଦିନ ଧରି ସାରା ଓଡ଼ିଶାରେ ପାଳନ ହେବ l ଏଥିରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିଠୁ ନେଇ ଗ୍ରାମ୍ୟ ଜୀବନ ବିଷୟରେ ଅନେକ କାର୍ଯ୍ୟକ୍ରମ ହେବ l ଗାଁର ଲୋକକଳାଠୁ ଓଡ଼ିଆ ଖାଦ୍ୟପେୟ ସବୁ କଥା ଆୟୋଜନ ହେଉଛି l ଯେଉଁଥିରେ ସରକାର, ପ୍ରଶାସନଠୁ ନେଇ ସାଧାରଣ ଲୋକ, କଳାକାର, ସାହିତ୍ୟିକ, ସଂସ୍କୃତି ପ୍ରେମୀ ଯୋଗଦେବେ ବୋଲି ଶ୍ରୀ ମାଳବିଶୋଇ କହିଛନ୍ତି l ରହିଛନ୍ତି ଗାଁ ଗାଁ ରେ ଛୋଟ ମୋର ଗାଁ ପାଇଁ ପରିଚିତ ଜଣେ ପ୍ରତିଷ୍ଠିତ ଅଭିନେତା ଅଶ୍ରୁ୍ମୋଚନ ମହାନ୍ତି. ଯାଜପୁର ଜିଲ୍ଲା ସଂଯୋଜକ ଡ଼କ୍ଟର ବେହେରା ଙ୍କ ନେତୃତ୍ୱ ରେ ସାମ୍ବାଦିକ ସଞ୍ଜୟ କର ସାଇ ସନ୍ତୋଷିନୀ, ରାଜଶ୍ରୀ, ଶାଲିନି କର, ଅଭିଲିପ୍ଶା ସାହୁ, ଜୋତ୍ରୀମୟୀ ମଲ୍ଲିକ, ସ୍ମୃତି କର, ରବୀନ୍ଦ୍ର କୁମାର ଜେନା, ଅଲିଶା ଧଳ, ବିଜୟ କୁମାର ଜେନା, କାଜୁନି ବେହେରା, ସନ୍ତୋଷିନୀ ପଣ୍ଡା, ମୋତି ସାହୁ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଛନ୍ତିl

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking