ଭୁବନେଶ୍ୱର: ପୀତବାସ ପଣ୍ଡା ହତ୍ୟା ମାମଲାରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଦକ୍ଷତାର ସହ ପୁଲିସ ତଦନ୍ତ କରୁଛି । ହତ୍ୟା ଓ ଷଡଯନ୍ତ୍ର କରିଥିବା ଲୋକଙ୍କ ପର୍ଦ୍ଦାଫାସ ହେବ । ଯିଏ ଦୋଷୀ ଦଣ୍ଡ ପାଇବ । ପୁଲିସ ଗତକାଲି ରାତିରେ ପୂର୍ବତନ ବିଧାୟକ ତଥା ଗଞ୍ଜାମ ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଇଛି ପୁଲିସ । କିଏ ଓ କାହିଁକି ପୀତବାସ ପଣ୍ଡାଙ୍କୁ ହତ୍ୟା କଲା ତାର ସବୁ ସତ ସାମ୍ନାକୁ ଆସିବ । ବିକ୍ରମ ପଣ୍ଡାଙ୍କୁ ଗଜପତି ନଗର ସ୍ଥିତ ବାସ ଭବନରୁ ଉଠାଇ ଆଣି ଜେରା କରିବା ସହ ସାର୍ପସୁଟର ଚିଣ୍ଟୁକୁ ପୁଲିସ ବେଙ୍ଗାଲୁରୁରୁ ଟେକି ଆଣିଛି । ଚିଣ୍ଟୁ ନିକଟରୁ ଏକ ବନ୍ଧୁକ ଜବତ ହୋଇଥିବା ସୂଚନା ମିଳିଛି । ସେପଟେ ପୁରୀରୁ ଆଉ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ପୁଲିସ ଉଠାଇ ନେଇଛି । ସମୁଦ୍ର ବାଲିରେ ସେ ଲୁଚାଇଥିବା ଆଉ ଏକ ବନ୍ଧୁକ ବି ଜବତ ହୋଇଛି । ଜଣେ କର୍ପୋରେଟର ଓ ଛାତ୍ରନେତାଙ୍କୁ ମିଶାଇ ମୋଟ ୧୫ ଜଣଙ୍କୁ ପୁଲିସ ଅଟକ ରଖି ତଦନ୍ତ ଚଳାଇଛି ।










