27.1 C
Bhubaneswar
Friday, March 27, 2026
Homeଓଡିଶାକାର୍ ଉପରେ ଓଲଟିଲା ବସ୍‌: ୨୫ ଆହତ

କାର୍ ଉପରେ ଓଲଟିଲା ବସ୍‌: ୨୫ ଆହତ

ବାଙ୍ଗିରିପୋଷି: ବାଙ୍ଗିରିପୋଷି ଦ୍ୱାରଶୁଣୀ ଘାଟିରେ ବଡ ଦୁର୍ଘଟଣା ଘଟିଛି। କାର୍ ଉପରେ ଓଲଟି ପଡିଲା ବସ୍। ଏହି ଦୁର୍ଘଟଣାରେ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୫ ଗୁରୁତର ଥିବା ସୂଚନା ମିଳିଛି। ବାଙ୍ଗିରିପୋଷି ଥାନା ଦୁଆରଶୁଣି ଘାଟିରେ ଘଟିଛି ଦୁର୍ଘଟଣା। ତିରିଙ୍ଗରୁ ବାରିପଦା ଯାଉଥିବା ଶ୍ରୀଗଣେଶ ନାମକ ବସ୍‌ଟି ଭାରସାମ୍ୟ ହରାଇ ଏକ କାର୍ ଉପରେ ଓଲଟି ପଡିଛି। ଫଳରେ କାରରେ ବସିଥିବା ଦୁଇ ଜଣ ମେଡ଼ିସିନ ରିପ୍ରେଜିନଟିବ ଗୁରୁତର ହେବା ସହିତ ୪୦ରୁ ଉର୍ଦ୍ଧ୍ବ ଥିବା ଯାତ୍ରୀ ମଧ୍ୟରୁ ୨୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ଥିବାରୁ ତାଙ୍କୁ ଚିକିତ୍ସା ଲାଗି ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ  ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ୫ ଜଣଙ୍କୁ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି। ଘଟଣା ସ୍ଥଳରେ ୩ ଟି ଆମ୍ବୁଲାନ୍ସ, ଦମକଳବାହିନୀ ଓ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking