27.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶଡିଜିଟାଲ କାରବାରର ୮୫% ୟୁପିଆଇରେ ହେଉଛି: ସଞ୍ଜୟ ମାଲହୋତ୍ରା

ଡିଜିଟାଲ କାରବାରର ୮୫% ୟୁପିଆଇରେ ହେଉଛି: ସଞ୍ଜୟ ମାଲହୋତ୍ରା

ନୂଆଦିଲ୍ଲୀ:  ଭାରତରେ ହେଉଥିବା ମୋଟ  ଡିଜିଟାଲ କାରବାରର ୮୫  ପ୍ରତିଶତ  ୟୁପିଆଇରେ ହେଉଛି । ଦେଶରେ ପ୍ରତିମାସରେ ପ୍ରାୟ ୨୦୦୦ କୋଟି  ଡିଜିଟାଲ କାରବାର ୟୁପିଆଇ ଜରିଆରେ  ହେଉଛି , ଯାହାର ମୁଲ୍ୟ ୨୮ ହଜାର  କୋଟି ଡଲାରରୁ ଅଧିକ । ସମାବେଶୀ, ନିରାପଦ ଏବଂ ବଡଧରଣର ଡିଜିଟାଲ ପବ୍ଲିକ ପ୍ଲାଟଫର୍ମ କ୍ଷେତ୍ରରେ ଭାରତ ଏକ ଉଦାହରଣ । ୱାସିଂଟନଠାରେ  ବିଶ୍ୱବ୍ୟାଙ୍କ ଓ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର  ବାର୍ସିକ ବୈଠକ ଅବସରରେ  ରିଜର୍ଭ  ବ୍ୟାଙ୍କ ପକ୍ଷରୁ ଆୟୋଜିତ ଏକ ଆଲୋଚନା ଚକ୍ରରେ ଯୋଗଦେଇ  ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଏହା କହିଛନ୍ତି ।  ଭାରତରେ  ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ସଂପର୍କରେ ସେ ତଥ୍ୟ  ରଖିବା ସହ ଅନ୍ତର୍ଜାତୀୟସ୍ତରରେ ଭାରତ ଏଥିଲାଗି ସହବନ୍ଧନ ପାଇଁ ପ୍ରସ୍ତୁତ ଥିବା ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking