18.1 C
Bhubaneswar
Thursday, February 12, 2026
Homeଓଡିଶାନୂଆପଡା ଉପନିର୍ବାଚନ: ୪୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କଲା ବିଜେଡି

ନୂଆପଡା ଉପନିର୍ବାଚନ: ୪୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କଲା ବିଜେଡି

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ  ଷ୍ଟାର ପ୍ରଚାରକ ତାଲିକା ଜାରି କଲା ବିଜେଡି । ନବୀନ ପଟ୍ଟନାୟକଙ୍କ ସମେତ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରାକାଶ ପାଇଛି । ତାଲିକାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ୧୬ ବିଧାୟକ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ଅଛନ୍ତି ।  ତାଲିକାରେ  ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ରଣେନ୍ଦ୍ର ସ୍ୱାଇଁ ଓ ନିରଞ୍ଜନ ପୂଜାରୀ ପ୍ରମୁଖଙ୍କ ନାଁ ରହିଛି ।  ପ୍ରଥମ ଥର ପାଇଁ ତାଲିକାରେ ତଳକୁ ଖସିଛି ପ୍ରଣବ ପ୍ରକାଶ ଦାସଙ୍କ ନାଁ ।  ୮ ନମ୍ବର ସ୍ଥାନରେ ତାଙ୍କ ନାଁ ଥିବାରୁ ଦଳରେ ବବିଙ୍କ ପତିଆରା କମୁଥୁବା ଚର୍ଚ୍ଚା ହେଉଛି । ତାଲିକାରେ ସ୍ଥାନ ପାଇ ନାହାନ୍ତି ଦେବାଶିଷ ସାମନ୍ତରାୟ । ଏଥର ତାଲିକାରେ  କୌଣସି ଅଭିନେତା ଅଭିନେତ୍ରୀ ସ୍ତାନ ପାଇନାହାନ୍ତି । କେବଳ ମୁନ୍ନା ଖାଁଙ୍କ ବ୍ୟତୀତ କୌଣସି ଫିଲ୍ମ କଳାକାରଙ୍କୁ ତାଲିକାରେ ସ୍ତାନ ଦେଇନାହିଁ ।

ନବୀନ ନିଜେ ନୂଆପଡ଼ା ଯାଇ ପ୍ରଚାର କରିବେ ବୋଲି ଜଣାପଡ଼ିଛି । ତାଙ୍କ ସହିତ ବିଜେଡିର ବିଧାୟକ ଏବଂ ନେତାମାନେ ମଧ୍ୟ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ୍ ମାଗିବେ । ବିଜେଡିର ଏହି ଷ୍ଟାର ପ୍ରଚାରକ ତାଲିକାରେ ନବୀନଙ୍କ ସହିତ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରହିଛନ୍ତ । ଏହାବାଦ୍ ନିରଞ୍ଜନ ପୂଜାରୀ, ଅରୁଣ ସାହୁ, ପ୍ରତାପ ଦେବ ଆଉ ପ୍ରଣବ ପ୍ରକାଶ ଦାସ ମଧ୍ୟ ରହିଛନ୍ତି । ନଜର ପକାଇ ନିଅନ୍ତୁ, ବିଜେଡିର ଏହି ୪୦ ଜଣିଆ ଷ୍ଟାର ପ୍ରଚାରକ ଲିଷ୍ଟ ଉପରେ…

ବିଜେଡି ନେତାଙ୍କୁ ଦାୟିତ୍ୱ ବଣ୍ଟା 

ଜାଣିରଖିବା ଉଚିତ ଯେ, ନୂଆପଡ଼ା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ଗୁରୁବାର ଦିନ ଦାୟିତ୍ବ ବାଣ୍ଟି ସାରିଛି । ବିଜେଡି ନୂଆପଡ଼ା ବ୍ଲକ, ନୂଆପଡ଼ା ଏନ୍‌ଏସି, କୋମନା ବ୍ଲକ ଓ ଖରିଆରରୋଡ୍‌ ଏନ୍‌ଏସିରେ ଦଳର ନେତାମାନଙ୍କୁ ଦାୟିତ୍ବ ଦେଇଛି । ନୂଆପଡ଼ା ବ୍ଲକ ପାଇଁ ନିରଞ୍ଜନ ପୂଜାରୀ, ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ପ୍ରତାପ ଜେନା, କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ପ୍ରୀତିରଞ୍ଜନ ଘଡେଇ, ଧ୍ରୁବ ସାହୁ, ମନୋହର ରନ୍ଧାରୀ, ପ୍ରଦୀପ ଦିସାରି, ତୁଷାରକାନ୍ତି ବେହେରା, ବ୍ରଜ କିଶୋର ପ୍ରଧାନ, ରମେଶ ଚନ୍ଦ୍ର ବେହେରା, ସାରଦା ପ୍ରସନ୍ନ ଜେନା, ରାମଚରଣ ରଞ୍ଜନ ବିଶ୍ବାଳ, ସୁଦର୍ଶନ ହରିପାଲ, ପ୍ରଶାନ୍ତ କୁମାର ବେହରା, ଦେବୀ ରଞ୍ଜନ ତ୍ରିପାଠୀ ଓ ନିହାର ରଞ୍ଜନ ବେହେରାଙ୍କୁ ଦାୟିତ୍ବ ମିଳିଛି ।

ସେହିପରି ନୂଆପଡ଼ା ଏନ୍‌ଏସି ପାଇଁ ଅତନୁ ସବ୍ୟସାଚୀ ନାୟକ, ସାରଦା ପ୍ରସାଦ ନାୟକ, ଦେବେଶ ଆଚାର୍ଯ୍ୟ, ମନୋରମା ମହାନ୍ତି, ଦୀପାଳି ଦାସ, ଆୟୁବ ଖାନ, ରିତା ସାହୁ ଓ ସ୍ବରୂପ ଦାସ ରହିଛନ୍ତି । ତା ସହିତ ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ଅଧୀରାଜ ପାଣିଗ୍ରାହୀ, ପୁଷ୍ପେନ୍ଦ ସିଂହଦେଓ, ଯୋଗେଶ ସିଂହ, ରବି ନନ୍ଦ, ପ୍ରଦୀପ ମାଝୀ, ନୀଳକଂଠ ପ୍ରଧାନ, ବ୍ୟୋମକେଶ ରାୟ, ସୁଶାନ୍ତ କୁମାର ରାଉତ, ଶୁବାଶିଷ ଖୁଣ୍ଟିଆ, ଜଗନ୍ନାଥ ସାରକା, ସରୋଜ ମେହେର, ବିଶ୍ବରଂଜନ ମଲ୍ଲିକ, ଅବିନାଶ ସାମଲ, ଈଶ୍ବର ପାଣିଗ୍ରାହୀ, ରୋହିତ ଯୋଶେଫ୍‌ ତିର୍କି ଓ ଉମାକାନ୍ତ ସାମନ୍ତରାୟ କୋମନା ବ୍ଲକର ଦାୟିତ୍ବରେ ରହିଛନ୍ତି ।

ଅନ୍ୟପଟେ ରଣେନ୍ଦ୍ର ପ୍ରତାପ ସିଂହ, ବିକ୍ରମ ପଣ୍ଡା, କଳିକେଶ ନାରାୟଣ ସିଂହଦେଓ, ପ୍ରଦ୍ୟୁମ୍ନ ତ୍ରିପାଠୀ, ସୌଭିକ ବିଶ୍ବାଳ, ଗୌତମ ବୁଦ୍ଧ ଦାସ, ପ୍ରଶାନ୍ତ ମୁଦୁଲି ଓ ରୁଦ୍ର ପ୍ରସାଦ ମହାରଥୀ ଖରିଆର ରୋଡ ଦାୟିତ୍ବରେ ଅଛନ୍ତି ।

bjd 40 star campaigner

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking