ଭୁବନେଶ୍ୱର: ମାଓ ଦମନ ଲାଗି ନୂଆ ତରିକା ଆପଣାଇଛି ଓଡିଶା ପୋଲିସ । ମାଓବାଦୀଙ୍କୁ ଧରାନ୍ତୁ ଆଉ କୋଟିପତି ହୁଅନ୍ତୁ ବୋଲି ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିଛି ବୌଦ୍ଧ ପୋଲିସ । ୧୦ ମାଓବାଦୀଙ୍କ ମୁଣ୍ଡ ଉପରେ ମୋଟ ୪ କୋଟି ୩୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି । ବୌଦ୍ଧ ଜିଲ୍ଲାର ସିଗାଡି, ତିଲପଙ୍ଗା, ବାତାଗାଡୁ, ଲୁହାରପଡା, ପଲମ ଆଦି ୯ରୁ ଅଧିକ ସ୍ଥାନରେ ଜିଲ୍ଲା ପୋଲିସ ପକ୍ଷରୁ ଏଭଳି ପୋଷ୍ଟର ଲଗାଯାଇଛି । ଘଞ୍ଚ ଜଙ୍ଗଲ ଭିତରେ ପୋଲିସ ପୋଷ୍ଟର ଲଗାଇଛି ଯେଉଁଥିରେ ମାଓବାଦୀଙ୍କ ନାଁ ସହ ପୁରସ୍କାର ରାଶି ଉଲ୍ଲେଖ ଅଛି । ଓଡିଶା ପୋଲିସ ପକ୍ଷରୁ ଜାରି ପୋଶ୍ଟରରେ ଲେଖାଯାଇଛି ମାଓବାଦୀ ଧରାନ୍ତୁ ପୁରସ୍କାର ପାଆନ୍ତୁ । ପୋଷ୍ଟରରେ ମରାଯାଇଥିବା ନାଁ ସହ ଅନ୍ୟ ମାଓବାଦୀଙ୍କ ସମ୍ପର୍କରେ ସୂଚନା ଦେଲେ ମଧ୍ୟ ପୁରସ୍କାର ମିଳିବ ।










