ସୁନ୍ଦରଗଡ: ସୋମବାର ମଧ୍ୟ ରାତ୍ରିରେ ସିପିଆଇ ମାଓବାଦୀମାନେ ସରଣ୍ଡା ଜଙ୍ଗଲ ଅଧୀନସ୍ଥ ଛୋଟାନାଗରା ଠାରେ ପୁଣି ଥରେ ଗୋଟିଏ ଏୟାରଟେଲ ମୋବାଇଲ ଟାୱାରକୁ ସମ୍ପୁର୍ଣ୍ଣ ଭାବରେ ପୋଡି ନଷ୍ଟ କରିଦେଇଛନ୍ତି । ଏହି ଘଟଣା ପରେ ମୋବାଇବ ନେଟୱାର୍କ ବିଚ୍ଛିନ୍ନ ହୋଇଯାଇଛି । ଏହାଛଡା ମାଓବାଦୀମାନେ ମୋବାଇଲ ଟାୱାର ଚାରିପାଖରେ ମାଓ ପୋଷ୍ଟର ଲଗାଇଛନ୍ତି । ପୋଷ୍ଟର ମାଧ୍ୟମରେ ମାଓବାଦୀମାନେ ପୁଲିସ ଦ୍ୱାରା କରାଯାଉଥିବା ମାଓବାଦୀ ଅଭିଯାନର ପ୍ରତିବାଦ କରିଛି । ସେମାନେ ସଂଗଠନ ଦ୍ୱାରା ପ୍ରତିଶୋଧର ସପ୍ତାହ ପାଳନ କରିବା ବିଷୟରେ ମଧ୍ୟ ପୋଷ୍ଟରରେ ଉଲ୍ଲେଖ କରିଛି । ସେମାନେ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ଅକ୍ଟୋବର ୧୫ ତାରିଖରେ ବିହାର ଏବଂ ଝାଡଖଣ୍ଡ ସମେତ ପଡୋଶୀ ରାଜ୍ୟରେ ବ୍ୟାପକ ମାଓ ହଡତାଳ ଜାରି ରହିବ ।










