ଭୁବନେଶ୍ୱର: ଲୋକସେବା ଭବନରେ ଆଇନଶୃଙ୍ଖଳା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । କଟକ ସହର ସ୍ଥିତି ପ୍ରାୟତଃ ସ୍ୱଭାବିକ ନେଇ ଦେଲେ ସୂଚନା । ସନ୍ଦିଗ୍ଧ ବ୍ୟକ୍ତିମାନଙ୍କ ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦେଲେ । କହିଲେ ଓଡିଶା ଛବିକୁ ମଳିନ ପାଇଁ ଉଦ୍ଦେଶ୍ୟ ପ୍ରଣୋଦିତ ଗୋଷ୍ଠୀ ଉଦ୍ୟମ କରୁଛନ୍ତି । ସେମାନଙ୍କୁ ଦୃଢହସ୍ତରେ ଦମନ କରିବାର ଆବଶ୍ୟକତା ରହିଛି । କୌଣସି ପରିସ୍ଥିତିରେ କୋହଳ ମନୋଭାବ ପୋଷଣ କରିବା ଉଚିତ୍ ନୁହେଁ । ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ମୁତୟନ ସହିତ ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ।










