20.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶକଲେଜର ୪ ମହଲାରୁ ଡେଇଁ ଆତ୍ମହତ୍ୟା କଲା ଛାତ୍ର

କଲେଜର ୪ ମହଲାରୁ ଡେଇଁ ଆତ୍ମହତ୍ୟା କଲା ଛାତ୍ର

ନାସିକ: ନାସିକରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ସହରର ଏକ ପ୍ରସିଦ୍ଧ ଇଞ୍ଜିନିୟରିଂ କଲେଜର ଜଣେ ୧୭ ବର୍ଷୀୟ ଛାତ୍ର ମଙ୍ଗଳବାର ଦିନ ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁ ପୂର୍ବରୁ ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ନିଜର ହତାଶା ବର୍ଣ୍ଣନା କରିଥିଲେ । ଛାତ୍ର ଜଣକଙ୍କ ପୋଷ୍ଟ ପଢିବା ପରେ ତାଙ୍କର ଅନେକ ବନ୍ଧୁ ତାଙ୍କୁ ଫୋନ୍ ଏବଂ ମେସେଜ୍ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେତେବେଳକୁ ବହୁତ ଡେରି ହୋଇ ଯାଇଥିଲା । ଘଟଣା ପରେ କଲେଜର ପରିଚାଳନା ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଗଙ୍ଗାପୁର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି । ଆତ୍ମହତ୍ୟା ପଛର କାରଣ ଜାଣିବା ପାଇଁ ପୋଲିସ ବର୍ତ୍ତମାନ ଛତ୍ରଙ୍କ ମୋବାଇଲ୍ ଫୋନ୍ ଏବଂ ସୋସିଅ।।ଲ ମିଡିଆ ଆକାଉଣ୍ଟଗୁଡିକର ତଦନ୍ତ କରୁଛି । ଏହି ଘଟଣା ପରେ ଛାତ୍ରଙ୍କ ପରିବାର ଏବଂ ବନ୍ଧୁମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking