24.1 C
Bhubaneswar
Tuesday, February 10, 2026
Homeଓଡିଶାଏସଆଇ ପରୀକ୍ଷା ଦୁର୍ନୀତି ପ୍ରସଙ୍ଗରେ ବିଜେଡିର ଆନ୍ଦୋଳନ

ଏସଆଇ ପରୀକ୍ଷା ଦୁର୍ନୀତି ପ୍ରସଙ୍ଗରେ ବିଜେଡିର ଆନ୍ଦୋଳନ

ଭୁବନେଶ୍ୱର: ଏସଆଇ ପରୀକ୍ଷା ଦୁର୍ନୀତି ପ୍ରସଙ୍ଗରେ ଆଜି  ବିଜୁ ଯୁବ ଛାତ୍ର ଜନତା ଦଳ  ରାଜରାସ୍ତାକୁ ଓହ୍ଲାଇ ହଲ୍ଲାବୋଲ କରିଛନ୍ତି । ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକଠାରେ ପ୍ରତିବାଦ କରିଛନ୍ତି । ସିବିଆଇ ତଦନ୍ତ ଦାବିରେ ଏକାଠି ହୋଇଛନ୍ତି ଶତାଧିକ ବିଜୁ ଯୁବ ଛାତ୍ର ନେତା ଓ କର୍ମୀ  ା  ହାତରେ ପ୍ଲା କାର୍ଡ ଧରି , ପୋଡାଜଳା କରିଛନ୍ତି । ସରକାର ଗାଦି ଛାଡ କହି ନାରାବାଜି କରି ଆନ୍ଦୋଳନ କରିଛନ୍ତି  ା ପୋଲିସ ଓ ଯୁବ ବିଜେଡି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଛି । ଏନେଇ ପୋଲିସ କିଛି ବିକ୍ଷୋଭକାରୀଙ୍କୁ ଗିରଫ କରିଛି । କିଛି ଦିନ ତଳେ ଏସଆଇ ପରୀକ୍ଷା ଦୁର୍ନୀତି ପ୍ରସଙ୍ଗର ବାବୁ ସିଂଙ୍କ ପ୍ରତିକ୍ରିୟା ପରେ ପ୍ରୀତିରଞ୍ଜନ ଘଡାଇ କହିଛନ୍ତି, ବଡ ମୁଣ୍ଡକୁ ସୁରକ୍ଷା ଦେବା ପାଇଁ  କ୍ରାଇମବ୍ରାଞ୍ଚର ତଦନ୍ତ କରୁଛନ୍ତି ।

ଅନ୍ୟପଟେ ଦିନ ଗଡ଼ିବା ସହ ଫେକ୍ ଜବ ସିଣ୍ଡିକେଟର ଖୋଲୁଛି ଗୁମର। ଏସଆଇ ନିଯୁକ୍ତି ଘୋଟାଲାର ଚେର କୁଆଡ଼େ ଲମ୍ବିଛି ତାହାକୁ ନେଇ ଚାଲିଛି ଛାନବିନ। ରବିବାର ଭୁବନେଶ୍ବର ଲିଙ୍ଗରାଜ ଇନଫୋସଲ ଇନଷ୍ଟିଚ୍ୟୁଟରେ ରେଡ୍ ହୋଇଥିବାବେଳେ ଅଭିଯୁକ୍ତ ଶଙ୍କର ପୃଷ୍ଟି ଏଠାରେ ରାକେଟ ଚଲାଉଥିବା ଜଣାଯାଇଛି। ଏହା ସହ ଗିରଫ ଚତୁର୍ଥ ଅଭିଯୁକ୍ତ ବିଶ୍ବରଞ୍ଜନ ବେହେରାଙ୍କଠାରୁ ବି ବହୁ ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking