ଭୁବନେଶ୍ୱର: ଏସ୍ଆଇ ନିଯୁକ୍ତି ମହାଘୋଟାଲାକୁ ନେଇ ବାବୁ ସିଂଙ୍କ ଅଭିଯୋଗର ପ୍ରତିକ୍ରିୟା ଦେଲା ବିଜେଡି । ଏନେଇ ପ୍ରତିକ୍ରିୟା ଦେଇ ପ୍ରୀତିରଞ୍ଜନ ଘଡାଇ କହିଛନ୍ତି ଯେ ଯେଉଁ ତଦନ୍ତ ଆରମ୍ଭ ହୋଇଛି ତାହା ସନ୍ଦେହ ଘେରରେ ଅଛି । ମୁଖ୍ୟ କାର୍ପଟଦାରକୁ ଛାଡି ଦେବା ପାଇଁ କ୍ରାଇମବ୍ରାଞ୍ଚର ଚାଲିଛି ତଦନ୍ତ ପ୍ରକ୍ରିୟା । ପୂର୍ବତନ ଓପିଆରବି ଅଧ୍ୟକ୍ଷ ସନ୍ତୋଷ ଉପାଧ୍ୟାୟ କାହା ଚାପରେ ଇସ୍ତଫା ଦେଲେ ବୋଲି ପ୍ରଶ୍ନ କଲେ । ବଡ ମୁଣ୍ଡକୁ ସୁରକ୍ଷା ଦେବାକୁ ଏ କ୍ରାଇମବ୍ରାଞ୍ଚ ତଦନ୍ତ ହେଉଛି କହିଲେ ପ୍ରୀତି । ସେ ଆହୁରି କହଛନ୍ତି ଯେ ସିବିଆଇକୁ ତଦନ୍ତ ଭାର ହସ୍ତାନ୍ତର କରାଯାଉ, ସବୁ ଦୋଷୀ ଦଣ୍ଡ ପାଆନ୍ତୁ ।










