29.1 C
Bhubaneswar
Saturday, February 7, 2026
Homeଓଡିଶାଶଙ୍କର ପୃଷ୍ଟିକୁ ଛଡାଯିବନି: ବାବୁ ସିଂ

ଶଙ୍କର ପୃଷ୍ଟିକୁ ଛଡାଯିବନି: ବାବୁ ସିଂ

ଭୁବନେଶ୍ୱର: ଏସ୍‌ଆଇ ନିଯୁକ୍ତି ମହାଘୋଟାଲା ନେଇ ବିଜେପି ବିଧାୟକ ବାବୁ ସିଂଙ୍କ ବଡ ବୟାନ । କହିଲେ ଶଙ୍କର ପୃଷ୍ଟି ହେଉ କି ସୁବ୍ରତ ଛାଟୋଇ କାହାକୁ ଛଡାଯିବନି । ଯେଉଁଠି ଚାଦର ଘୋଡାଇ ହୋଇ ଲୁଚିଲେ ବି ଜମା ଛଡାଯିବନି । ଶଙ୍କର ପୃଷ୍ଟିଙ୍କ ବ୍ରହ୍ମପୁର ଅଫିସ ବିଜେଡି ନେତାଙ୍କ ଘର ନୁହେଁ ତ ବୋଲି ପ୍ରଶ୍ନ କରିଛନ୍ତି । ସେ ଆହୁରି କହିଛନ୍ତି ବିଗତ ଦିନରେ ଅତୀତର ସରକାର ଅମଳରେ ଦୁର୍ନୀତି ବଢିଥିଲା । କେବଳ ଛୋଟ ମାଛ ନୁହେଁ, ବଡ ମାଛଙ୍କ ସମୟ ଆସୁଛି । ସୁବ୍ରତ ଛାଟୋଇଙ୍କୁ ବିଜେଡି ନେତା ଛତା ଧରି ସୁରକ୍ଷା ଦେଉଥିଲେ । ସୂଚନାଯୋଗ୍ୟ, ଓଡ଼ିଶା ପୋଲିସ୍ ରିକ୍ରୁଟମେଣ୍ଟ ବୋର୍ଡ (ଓପିଆରବି) ଦ୍ୱାରା ପରିଚାଳିତ ହେବାକୁ ଥିବା ଓଡିଶା ପୋଲିସ ସବ-ଇନ୍ସପେକ୍ଟର ପଦବୀ ନିଯୁକ୍ତି ମାମଲାରେ ରାଜ୍ୟ କ୍ରାଇମ୍ ବ୍ରାଞ୍ଚ ଏପର୍ଯ୍ୟନ୍ତ ୧୧୮ ଜଣକୁ ଗିରଫ କରିସାରିଲେଣି। ଏହି ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଚଢ଼ାଉ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking