ବଳବାନ ବ୍ୟକ୍ତି ନା ଗର୍ବ କରେ ନା ହିଁ ଅହଙ୍କାରୀ ପରି ବ୍ୟବହାର କରିଥାଏ,ଯିଏ ପ୍ରକୃତରେ ବଳବାନ ସିଏ କେବଳ ପ୍ରଭୁ ଶିବଙ୍କ ପରି ଶାନ୍ତ ,ସରଳ ଆଉ କଲ୍ୟାଣକାରୀ ହୋଇଥାଏ !!”
କାହାରି ଅହଂ,ଔଦ୍ଧତ୍ୟ,ଧନ,ବଳ ଐଶ୍ୱରୀୟ ଶକ୍ତି ନିକଟରେତୁଛ ।ଏହିବଳରେ ବଳିୟାନ ହୋଇ ଯାହାକିଛି କରେ ତାହା ଅସ୍ଥାୟୀ, କ୍ଷଣଭଙ୍ଗୁର ତା’ର ବିଲୟ ନିଶ୍ଚିତ। ସୁତରାଂ ନିଶ୍ଚିତ ଆସୁରୀୟ ପ୍ରବୃତି ଓ ଫଳ ବିଷୟକୁ ତ୍ୟାଗ କରି ସତ୍ୟ,ଚିରନ୍ତନ ମାର୍ଗରେ ରହିବା ଏକ ଐଶ୍ୱରୀୟ ଉପାସନା।ବାହ୍ୟ ଆହରୀତ ଗୁଣ ପ୍ରଭାବଶାଳୀ ଯୋଗୁଁ ମାନବ ତା’ର ମାନବିକତା, ଆତ୍ମଶକ୍ତି ବିଷୟରେ ଅଜ୍ଞ ହୋଇଯାଉଛି ,ସବୁକୁ ଅସମ୍ଭବ ଭାବୁଛି ।ଦୁନିଆରେ ଅସମ୍ଭବ କିଛି ନାହିଁ। ଇଶ୍ୱରିୟ ଚିନ୍ତନ ହିଁ ପ୍ରକୁତ ଚିନ୍ତନ
ମନେ ରଖ ଯେଉଁ ପର୍ଯ୍ୟନ୍ତ
ତୁମେ ଲୋକଙ୍କର କାମରେ ଆସୁଥିବ
ସେ ପର୍ଯ୍ୟନ୍ତ ସେମାନେ ତୁମକୁ ମନେ ରଖିବେ
ତା ପରେ ତୁମକୁ ଅଣଦେଖା କରିବେ
ଯେମିତି ଦୀପ ଜାଳିବା ପରେ
ଦିଆସିଲି କାଠି ଅଲୋଡା ହୋଇଯାଏ । ଦୁଃଖ ସମୟରେ ସମସ୍ତେ ହାତ ଛାଡ଼ି ଦିଅନ୍ତି
ଆଉ ଖୁସି ସମୟରେ ସମସ୍ତେ
ହାତ ବଢ଼ାଇବାକୁ ଚାଲି ଆସନ୍ତି
ସେଥି ପାଇଁ ତ ଶବଟିଏ ଗଲାବେଳେ
ସମସ୍ତେ ପଛରେ ଚାଲନ୍ତି ଆଉ
ବରଯାତ୍ରୀ ଗଲାବେଳେ ସମସ୍ତେ
ଆଗରେ ଚାଲନ୍ତି ..।
ସେଇ ମାନଙ୍କ ପାଖରୁ ସବୁବେଳେ ଦୂରେଇ ରୁହନ୍ତୁ, ଯେଉଁମାନେ ଆପଣଙ୍କୁ ନିଜ କାମ ପାଇଁ ବ୍ୟବହାର କରିଥାନ୍ତି ଏବଂ କାମ ସରିଗଲା ପରେ ନଚିହ୍ନିଲା ପରି ଆପଣଙ୍କ ଠୁଁ ଦୂରେଇ ଯାଆନ୍ତି ।
ସମୟକୁ ଆମେ ବଡ ବଳବାନ କହୁ, ହେଲେ ଆମେ କେବେହେଲେ ତା’ର ମୂଲ୍ୟ ବୁଝି ସଦୁପୋଯୋଗ କରୁନାହିଁ କି ତା ସହ ବାଟ ଚାଲିବାକୁ ଚେଷ୍ଟା କରୁନାହିଁ..ଯାହ ପାଇଁ ଆମେ ଅନେକ ପଛରେ ପଡି ଯାଇଥାଉ, ସମୟ ଓ ପରିସ୍ଥିତି ଆମକୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରେ ଯାହା ଆମ ଜୀବନର ଏକ ଅବିସ୍ମରଣୀୟ ଅନୁଭୂତି ପାଲଟି ଯାଏ ।
ଗୋଟେ କଥା ସବୁବେଳେ ମନେ ରଖିଥିବ, ତୁମ ସହିତ ଯିଏ ବି ଖରାପ କରୁଛି ତା ସହିତ ହିସାବ ନେବାକୁ ଭାବନ୍ତୁ ନାହିଁ କାରଣ ହିସାବ ନେବା କାମ ତୁମର ନୁହଁ..ତୁମର କାମ ଯାହା ଚାଲୁଛି ତାକୁ ଭୁଲି ଆଗକୁ ବଢ ହିସାବ ନେବା ଲୋକ ଯେତେବେଳେ ନେବ ତା ଠାରୁ ସବୁକିଛି ନେଇଯିବ ।
ଗୋଟିଏ ମଣିଷ ସେତେବେଳେ ଅଧିକ ଯନ୍ତ୍ରଣା ପାଇଥାଏ,ଯେତେବେଳେ ତା କଥା ଶୁଣିବାକୁ ଆଉ କାହାରି ପାଖରେ ସମୟ ନ ଥାଏ ଏବଂ ସେ ଚାହିଁଲେ ମଧ୍ୟ ତା ଦୁଃଖର କାରଣ କାହା ଆଗରେ କହି ପାରେ ନାହିଁ..!
ମଣିଷ ଜୀବନରେ ରାଗ, ଅଭିମାନ କିମ୍ବା ପର ଉପଦେଶରେ ପଡି ନିଜର ବହୁତ ଦିନର ସମ୍ପର୍କକୁ ଭାଙ୍ଗିଦେଇଥାଏ..ତାକୁ ସେ ସମ୍ପର୍କ ଅନାବଶ୍ଯକ ଲାଗେ କିନ୍ତୁ ସେ ଜାଣିପାରେନି ଯେ ସେ ଲୋକ ଥିବ ଆଉ ଆପଣ ବି ଥିବେ କିନ୍ତୁ ଅମୂଲ୍ୟ ସମ୍ପର୍କ ଆଉ ନଥିବ..ସେଥିପାଇଁ ତ ସବୁଠୁ ଆଗରେ ରହିଥାଏ ସମ୍ପର୍କ କାରଣ ସମ୍ପର୍କ ନାହିଁ ତ ଜୀବନ ବି ନାହିଁ।
ଉତ୍ତମ ପୁରୁଷ ଓ ଉତ୍ତମ ପୁସ୍ତକ କୁ ଜାଣିବା କଷ୍ଟକର,ଏମାନଙ୍କୁ ଜାଣିବାକୁ ହେଲେ ଗଭୀର ଅଧ୍ୟୟନ ନିତାନ୍ତ ଆବଶ୍ୟକ ।
ନିଜ କଷ୍ଟ ସମସ୍ତଙ୍କୁ ଜଣାନ୍ତୁ ନାହିଁ କାରଣ ସମସ୍ତଙ୍କ ଘରେ ମଲମ ନ ଥାଏ କିନ୍ତୁ ଲୁଣ ସମସ୍ତଙ୍କ ଘରେ ଥାଏ ।
ଅଦ୍ୟ ଅକ୍ଟୋବର ମାସ ୦୫ ତାରିଖ ୨୦୨୫ ମସିହା (ରବିବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୩
ସମ୍ବତ୍ସର-ସିଦ୍ଧାର୍ଥ
ଆଶ୍ୱିନମାସ- ଶୁକ୍ଳ
ତିଥି- ତ୍ରୟୋଦଶୀ ଦିବା ଘ୦୩/୦୨ ଗତେ ଚତୁର୍ଦ୍ଦଶୀ
ନକ୍ଷତ୍ର- ଶତଭିଷା ଦିବା ଘ୦୮/୪୧ ଗତେ ପୂର୍ବ ଭାଦ୍ର
ଚନ୍ଦ୍ର- କୁମ୍ଭ ରାତ୍ରି ଘ୦୧/୨୧ଗତେ ମୀନ
ଯୋଗ- ଗଣ୍ଡ
କରଣ -ତୈତିଳ
ସୌରମାସ- କନ୍ୟା ୧୯ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୪୨/୪୭
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୯/୪୭
*✧═════•❁❀
ଯୋଗିନୀ ଦକ୍ଷିଣେ ଦିବା ଘ୦୩/୦୨ ଗତେ ପଶ୍ଚିମେ
ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର
ମେଷ ରାଶିର ଘାତବାର
ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ଚତୁର୍ଦ୍ଦଶୀ ର ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା ଓ ବାରବେଳା- ଦିବା ଘ୧୦/୦୮ ଗତେ ଘ ୦୧/୦୭ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୨୮ ଗତେ ଘ୦୮/୫୪ ମଧ୍ୟେ ଓ ଘ୦୧/୦୮ଗତେ ଘ୦୩/୧୮ ମଧ୍ୟେ ଓ ରାତ୍ରି ଘ୦୭/୫୫ ଗତେ ଘ୦୯/୩୦ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୦୫ ଗତେ ଘ୦୪/୫୪ ମଧ୍ୟେ
═✧══•❁❀❁•═*════✧
ଅଦ୍ୟ ବାଇଗଣ ଦିବା ଘ୦୩/୦୨ ଗତେ ବିରି ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
ବାଣିଜ୍ୟ, ବ୍ୟବସାୟ ରେ ଆୟ ମଧ୍ୟମ ହେବ । କର୍ମରେ ଉନ୍ନତି କରିବେ ଓ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ । ଅଟକି ରହିଥିବା କାମ ସମ୍ପୂର୍ଣ୍ଣ କରିବାର ସୁଯୋଗ ଆସିବ । ହୃତଧନ ଫେରିପାଇବେ । ଆୟ ଅପେକ୍ଷା ବ୍ୟୟ କମ୍ ରହିବ । ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।
✧═════•❁❀❁•═════
ବୃଷ
ଆକସ୍ମିକ ଧନଲାଭ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ଦରମାରେ କିଛି ବୃଦ୍ଧି ଘଟିପାରେ । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ମନୋନିବେଶ କରିବେ । ମହିଳାମାନେ ସଞ୍ଚୟ କରିବେ ।
═════•❁❀❁•═════
ମିଥୁନ
କର୍ମରେ ଉନ୍ନତି କରିବା ପାଇଁ ଯୋଜନା କରିବେ ଓ ସେଥିରେ ସଫଳ ହେବାର ସମସ୍ତ ଦିଗକୁୁ ଅନୁଧ୍ୟାନ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିୁକ୍ତିର ସମ୍ଭାବନା ରହିଛି । କର୍ମରେ ଆଗ୍ରହ ଓ ଆନ୍ତରିକତା ବୃଦ୍ଧି ପାଇବ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ସାହ୍ୟା ଓ ସହୋଗ ପାଇବେ ।
✧═════•❁❀❁•═════
କର୍କଟ
ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ । କର୍ମରେ ଅସ୍ଥିରତା ଓ ବାଧାବିଘ୍ନ ଏବଂ ଉପରିସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ । ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାଗ୍ରସ୍ତ ହେବେ ଓ ସ୍ୱଜନ ପ୍ରିୟଜନଙ୍କ ସହ ମତାନ୍ତର କିମ୍ବା ତାଙ୍କଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଅନାଗ୍ରହୀ ହେବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହୋଇପାରେ ।
✧═════•❁❀❁•═════
ସିଂହ
ଆଜି କଷ୍ଟ ହେଲେ ମଧ୍ୟ ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ ଅନାଗ୍ରହ ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ପରିସ୍ଥିତି ଖରାପ ନ ଥିଲେ ମଧ୍ୟ ମନ ଅଶାନ୍ତ ରହିବ । ବିନା କାରଣରେ ଆଜି ବହୁତ ବ୍ୟସ୍ତ ରହିବେ ଓ ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଅସ୍ଥିରମନା ହେବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।
✧═════•❁❀❁•═════
କନ୍ୟା
ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସଫଳତା ପାଇବେ । ମହିଳା ସହକର୍ମୀ ସହୋଗ କରିବେ । ପରିବାରର ସମସ୍ତ ସଦସ୍ୟ ଓ ସହଧର୍ମିଣୀଙ୍କ ସାହ୍ୟା ଏବଂ ସହାନୁଭୂତି ପାଇବେ । ଘରକରଣା, ଇଲେକ୍ଟ୍ରିକ ସରଞ୍ଜାମ ଓ ବସନଭୂଷଣ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ ଅସ୍ଥିରମନା ହେବେ । ମହିଳାମାନେ ସ୍ୱାମୀ ଅନୁରକ୍ତା ହେବେ ।
✧═════•❁❀❁•═════
ତୁଳା
କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ ଓ ସହକର୍ମୀଙ୍କ ସହୋଗରେ ସମସ୍ତ କର୍ମରେ ସଫଳତା ଏବଂ ପ୍ରଶଂସା ପାଇବେ । ବାଣିଜ୍ୟ, ବ୍ୟବସାୟ ଠିକ୍ରେ ଚାଲିବ ଓ ଆୟ ହେବ । ପୁରାତନ ରୋଗରୁ ଆରୋଗ୍ୟଲାଭ କରିବେ, ଶତ୍ରୁମାନେ ମିତ୍ର ହେବେ ଓ ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ପ୍ରଶଂସିତ ହେବେ । ମହିଳାମାନେ ଧାର୍ମିକ ର୍କ୍ୟାରେ ଆଗ୍ରହୀ ହେବେ ।✧═════•❁❀❁•═════
ବିଛା
ମାନସମ୍ମାନ ହାନି ଓ ଇତର ଜନଠାରୁ ଅପମାନ ପାଇପାରନ୍ତି । ମାନସିକ, ପାରିବାରିକ ଅଶାନ୍ତି ଓ କର୍ମସ୍ଥାନରେ ଅପଯଶ ଏବଂ ଅପମାନିତ ହୋଇପାରନ୍ତି । ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ତାଙ୍କ କର୍ମକୁ ନେଇ ଚିନ୍ତାଗ୍ରସ୍ତ ହେବେ । ବାପାମା’ଙ୍କ ସହ ମତଭେଦ କିମ୍ବା ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।
✧═════•❁❀❁•═════
ଧନୁ
ଆଜି ବାଦବିବାଦ ଓ ଯାନବାହନ ଆରୋହଣ କାଳରେ ସତର୍କ ରହିବେ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ପହଞ୍ଚିବ । କର୍ମସ୍ଥାନରେ ବାଧାବିଘ୍ନ ଓ ବିବାଦ ସୃଷ୍ଟି ହେବ । ଯାନବାହନରେ କ୍ଷତି ଓ ମୂଲ୍ୟବାନ ପଦାର୍ଥ ନଷ୍ଟ ବା ହଜିପାରେ । ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟତା କିମ୍ବା ମାଲିମକଦ୍ଦମାରେ ପଡ଼ିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଆଳସ୍ୟତା ପ୍ରକାଶ କରିବେ । ମହିଳାମାନେ ଉଦର ଯନ୍ତ୍ରଣା ପାଇବେ ।
═════•❁❀❁•═════
ମକର
ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଭଲ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିୁକ୍ତିର ସମ୍ଭାବନା ରହିଛି । ପରିବାରର ସମସ୍ତ ସଦସ୍ୟ, ସହକର୍ମୀ ଓ ଭ୍ରାତୃଭଗ୍ନିଙ୍କର ସାହ୍ୟା ଏବଂ ସହଯୋଗ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ ।
═════•❁❀❁•═════
କୁମ୍ଭ
ଆର୍ଥିକ କ୍ଷତି ଓ ବ୍ୟବସାୟରେ କ୍ଷତିର ସମ୍ଭାବନା ରହିଛି । କର୍ମ ପ୍ରତି ଅନାଗ୍ରହ ହେତୁ ସମସ୍ତ କର୍ମରେ ବାଧାବିଘ୍ନ ଓ କର୍ମରେ ଅସଫଳ ରହିବେ । ମୂଲ୍ୟବାନ ପଦାର୍ଥ ନଷ୍ଟ ଓ ଚୋରି ଯିବ । ଧନକୁ ନେଇ ବିବାଦ କିମ୍ବା ମାଲିମକଦ୍ଦମା ହୋଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଆଳସ୍ୟତା ପ୍ରକାଶ କରିବେ । ମହିଳାମାନେ ବଦଖର୍ଚ୍ଚି ହେବେ ।
✧═════•❁❀❁•═════
ମୀନ
ଆଜି ଆପଣଙ୍କୁ ସୁ ଖାଦ୍ୟ ,ସୁବସନ ପ୍ରାପ୍ତି ହେବ । ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । ବାଣିଜ୍ୟ, ବ୍ୟବସାୟରେ ଉତ୍ତମ ଆୟ ଏବଂ କର୍ମରେ ଉନ୍ନତି ଓ କର୍ମସ୍ଥାନରେ ପ୍ରଶଂସିତ ହେବେ । ଲକ୍ଷ୍ମୀଙ୍କର କୃପା ରହିବ । ମାନସିକ, ପାରିବାରିକ ଶାନ୍ତି ଓ ଶାରୀରିକ ସୁସ୍ଥତା ଲାଭ କରିବେ ।










