18.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶପର୍ଯ୍ୟଟକ ବସ୍ ଧକ୍କାରେ ୩ ମୃତ

ପର୍ଯ୍ୟଟକ ବସ୍ ଧକ୍କାରେ ୩ ମୃତ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ପାନ୍ନା ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ପର୍ଯ୍ୟଟକ ବସ୍ ଏକ ମୋଟରସାଇକେଲକୁ ଧକ୍କା ଦେଇଛିଏହି ଦୁର୍ଘଟଣରେ ଏବଂ ତାର ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର ସକାଳେ ଜିଲ୍ଲାର ଅଜୟଗଡ଼ ବାଇପାସରେ ଏହି ଘଟଣା ଘଟିଛି​। ତିନି ଜଣ ଅଷ୍ଟମୀ ଅବସରରେ ଏକ ମନ୍ଦିରରେ ପୂଜା କରି ଘରକୁ ଫେରୁଥିଲେ। ସେହି ସମୟରେ ଏହି ଦୁର୍ଘଟଣ ଘଟିଛି​। ମୃତକଙ୍କ ନାମ ଲାଲକରଣ (୨୨), ଅଞ୍ଜଳି (୧୭) ଏବଂ ଅନାରକଲି (୧୨)। ଏହି ତିନି ଜଣ ଚିମାଟରୁ ପଦ୍ମାବତୀ ବାଡି ଦେବନ ମନ୍ଦିର ଦର୍ଶନ କରିବାକୁ ଯାଇ ଘରକୁ ଫେରୁଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

ଯୁବତୀଙ୍କ ସମ୍ପର୍କୀୟ ଭାଇ ଲାଲକରଣ ବାଇକ୍ ଚଲାଉଥିଲେ। ଦୁର୍ଘଟଣା ପରେ, ତିନି ଜଣଙ୍କୁ ଚିକିତ୍ସା ପାଇଁ ପାନ୍ନା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେମାନଙ୍କର ମୃତ୍ୟୁ ହୋଇଥିଲା। ଘଟଣା ବିଷୟରେ ଜାଣିବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛିଖବର ପାଇ ପନ୍ନା କୋତୱାଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୋଷ୍ଟମର୍ଟମ ପରେ ତିନୋଟି ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ଏବଂ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି। ଘଟଣା ପରେ ବସ୍ ଏବଂ ବାଇକ୍ ଜବତ କରିଛି ପୋଲିସ କିନ୍ତୁ ବସ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ଥିବାରୁ ଖୋଜାଖୋଜି ଚାଲିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking