21.1 C
Bhubaneswar
Monday, December 8, 2025
Homeଓଡିଶାପୋଲିସ ଏସଆଇ ପରୀକ୍ଷା ସ୍ଥଗିତ

ପୋଲିସ ଏସଆଇ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର: ପୋଲିସ ଏସଆଇ ପରୀକ୍ଷା ସ୍ଥଗିତ । ଅକ୍ଟୋବର ୫ ଓ ୬ ତାରିଖରେ ହେବାକୁ ଥିବା ଲିଖିତ ପରୀକ୍ଷା ସ୍ଥଗିତ । ଏନେଇ ଓଡିଶା ପୋଲିସ ରିକ୍ର‌୍ୟୁଟମେଣ୍ଟ ବୋର୍ଡ ଅଧ୍ୟକ୍ଷଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି । ସାନି ପରୀକ୍ଷା ତାରିଖ ଶୀଘ୍ର ଘୋଷଣା ନେଇ ସୂଚନା ଦିଆଯିବ  । ସୂଚନାଥାଉକି,  କିଛି ଅସାଧୁ ବ୍ୟକ୍ତି ପରୀକ୍ଷାର୍ଥୀଙ୍କୁ ଭୁଲ ବାଟକୁ ନେବା ଉଦ୍ୟମ ପରେ ତତ୍ପରତା ଦେଖାଦେଇଛି  ା ଅକ୍ଟୋବର ୫ ଓ ୬ ତାରିଖରେ ସବୁ ଜିଲ୍ଲାରେ ଥିଲା ପୋଲିସ ଏସଆଇ ପରୀକ୍ଷା । ଲାଞ୍ଚ ଦେବା  ଓ ନେବାରେ ସଂପୃକ୍ତ ହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି । ଆନ୍ଧ୍ର ଶ୍ରୀକାକୁଲମରେ ଶତାଧିକ ଏସଆଇ ପରୀକ୍ଷା ଆସାୟୀଙ୍କୁ ଧରିଥିଲା ବ୍ରହ୍ମପୁର ପୋଲିସ । ଏସଆଇ ପରୀକ୍ଷା ପୂର୍ବରୁ ଜାଲିଆତି ପାଇଁ ହାଇଦ୍ରାବାଦ ଯାଉଥିବା ବେଳେ ଧରାପଡିଥିଲେ । ଏଥିସହିତ ଏସଆଇ ପରୀକ୍ଷାରେ  ଜାଲିଆତିକୁ ନେଇ ହେଲ୍ପ ଲାଇନ ନମ୍ବର ଜାରି କଲା ଓଡିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ । ହେଲ୍ପ ଲାଇନ ନମ୍ବର ୯୦୪୦୪୯୩୨୨୩ । ଯାହାର ଅଭିଯୋଗ ଅଛି ୯୦୪୦୪୯୩୨ରେ ଜଣାଇ ପାରିବେ । ସ୍ୱଚ୍ଛତାର ସହ ସିପିଏସଇ- ୨୦୨୪ ପରୀକ୍ଷା ପାଇଁ ପଦକ୍ଷେପ ନିଆଯାଇଛି ।

ପୋଲିସ ଏସଆଇ ପରୀକ୍ଷା: ହେଲ୍ପ ଲାଇନ ନମ୍ବର ଜାରି କଲା ଓପିଆରବି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking