ଗଞ୍ଜାମ: ୩ ଦିନରୁ ନିଖୋଜ ନାବାଳକର ଗଳିତ ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲା ଆସିକା ଖଣ୍ଡରାବଳୀ- ରାମନାପଲ୍ଲୀ ରାସ୍ତାକଡରୁ ମୃତଦେହ ଉଦ୍ଧାର ହୋଇଛି । ଗାଙ୍ଗପୁର ଥାନା ଖଣ୍ଡାରାବଳୀ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି । ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ମୃତକଙ୍କ ପରିବାର ଲୋକଙ୍କ ମନରେ ସୋକର ଛାୟା ଖେଳିଯାଇଛି ।










