34.1 C
Bhubaneswar
Thursday, April 2, 2026
Homeଓଡିଶାବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଦ୍ୱିତୀୟ ଟ୍ରେନ ଶୁଭାରମ୍ଭ

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଦ୍ୱିତୀୟ ଟ୍ରେନ ଶୁଭାରମ୍ଭ

ବ୍ରହ୍ମପୁର/ଭୁବନେଶ୍ୱର : ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ୫ଟି ଜିଲ୍ଲା ର ୭୭୫ ତୀର୍ଥଯାତ୍ରୀ ଓ ୨୫ଜଣ ଏସ୍କର୍ଟ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ଯାତ୍ରା କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗଦେଇ ତୀର୍ଥ ଟ୍ରେନର ଉଦଘାଟନ କରିଥିଲେ l ସମସ୍ତ ତୀର୍ଥଯାତ୍ରୀ ଙ୍କୁ ଅଧିଷ୍ଠାତ୍ରୀ ମା ବୁଢ଼ୀ ଠାକୁରାଣୀ ପୀଠରୁ ବାହାରି ପବିତ୍ର ଗଙ୍ଗା ଘାଟ,ବାରାଣସୀର ଶୈବ ପୀଠ ,ଗଙ୍ଗା ଆଳତି ,କାଶୀ ବିଶ୍ଵନାଥ ପରିଦର୍ଶନ କରିବେ। ଶ୍ରୀ ରାମ ଲାଲ ଙ୍କ ସାନ୍ନିଧ୍ୟ ଲାଭ କରି ନିଜର ମନସ୍କାମନା ପୁରଣ କରି ଫେରିବେ ବୋଲି କହିଥିଲେ l ୫ ରାତି ଓ ଛଅ ଦିନ ଯାତ୍ରା ର ସୁଖମୟ ହେଉ ବୋଲି ପ୍ରଭୁ ଜଗନ୍ନାଥଙ୍କ ଠାରେ କାମନା କରିଥିଲେ l ସାଥିରେ ଯାଉଥିବା ଏସ୍କର୍ଟ ଅଧିକାରୀମାନଙ୍କୁ ତୀର୍ଥଯାତ୍ରୀଙ୍କ ଯେପରି କୌଣସି ଅସୁବିଧା ନହେବ ସେଥିପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ l

ବ୍ରହ୍ମପୁର ରେଳ ଷ୍ଟେସନ ରୁ ଏହାର ଶୁଭାରମ୍ଭ କରାଯାଇଥିଲା l ଗଞ୍ଜାମ,ଗଜପତି, ବୌଦ୍ଧ,ନୟାଗଡ଼ ଓ କନ୍ଧମାଳ ର ତୀର୍ଥଯାତ୍ରୀ ଯାତ୍ରା କରିଛନ୍ତି l ଗଜପତି ଜିଲ୍ଲାରୁ ୭୨ ,ନୟାଗଡ଼ ରୁ ୧୧୯, କନ୍ଧମାଳରୁ ୯୧ , ବୌଦ୍ଧ ରୁ ୫୫ ଓ ଗଞ୍ଜାମ ରୁ ୪୩୮ ଜଣ ତୀର୍ଥଯାତ୍ରୀ ସାମିଲ ହୋଇଛନ୍ତି l ବ୍ରହ୍ମପୁରରେ ଗୁରୁବାର ରାତ୍ରିରେ ରେଳ ଷ୍ଟେସନ ନିକଟସ୍ଥ ଗୁରୁକୁଳ ସ୍କୁଲ ରେ ସ୍ବାଗତ କରି ସେମାନଙ୍କର ରହଣି, ସ୍ବାସ୍ଥ୍ୟ ପରୀକ୍ଷା, ଖାଦ୍ୟ ପେୟ , ଭୋଜନ ସନ୍ଧ୍ୟା ଇତ୍ୟାଦି ସମସ୍ତ ସୁବିଧାର ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ତରଫରୁ କରାଯାଇଥିଲା l ଆଜିର କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ୱି କୀର୍ତ୍ତି ୱାସନ୍ ସ୍ବାଗତ ଭାଷଣ ରେ ତୀର୍ଥର ଆନନ୍ଦ ଉଠାଇ ମନ ଓ ଶରୀରକୁ ପ୍ରଫୁଲିତ ରଖିବାକୁ ପରାମର୍ଶ ଦେଇଥିଲେ ଏବଂ ଯାତ୍ରା ର ଶୁଭକାମନା କରିଥିଲେ l ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ ସର୍ବଣ ବିବେକ ଏମ୍,ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜଶିର୍କେ ,ପର୍ଯଟନ ବିଭାଗର ଅତିରିକ୍ତ ଶାସନ ସଚିବ ଡ଼ ରୁଦ୍ର ନାରାୟଣ ଦାସ,ଜିଲ୍ଲା ସଭାପତି ସରୋଜ ସାବତ ମଞ୍ଚାସୀନ ଥିଲେ l ପର୍ଯ୍ୟଟନ ଅଧିକାରୀ ପାର୍ଥ ସାରଥୀ ହାଂସଦା ଧନ୍ୟବାଦ୍ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking