22.1 C
Bhubaneswar
Saturday, February 7, 2026
Homeଓଡିଶାଶିକ୍ଷାନୀତି ବିରୁଦ୍ଧରେ ବିକ୍ଷୋଭ

ଶିକ୍ଷାନୀତି ବିରୁଦ୍ଧରେ ବିକ୍ଷୋଭ

ଯାଜପୁର: ଆଜି ଅଲ୍ ଇଣ୍ଡିଆ ଡି ଏସ ଓ ପକ୍ଷରୁ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଶିକ୍ଷକ ଶିକ୍ଷା ଅନୁଷ୍ଠାନ ଓ ଡିଗ୍ରୀ ମହାବିଦ୍ୟାଳୟ ମାନଙ୍କୁ ଜାରି କରାଯାଇଥିବା ନୋଟିସ କୁ ବିରୋଧ କରି ସାରାଓଡିଶା ପ୍ରତିବାଦ ଦିବସ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ଏ ଆଇ ଡି ଏସ ଓ ଯାଜପୁର ରୋଡ ଆଞ୍ଚଳିକ କମିଟି ପକ୍ଷରୁ ଏକ ବିକ୍ଷୋଭ କଳିଙ୍ଗନଗର ଏ ଡି ଏମ୍ ଙ୍କ ଅଫିସ ସମ୍ମୁଖରେ ରାଜ୍ୟ ଉପସଭା ନେତ୍ରୀ ନିରୁପମା ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି ।ପ୍ରକାଶ ଥାଉକି ସରକାରଙ୍କ ନୋଟିସ ଅନୁଯାୟୀ ଯେଉଁ ଶିକ୍ଷାନୁଷ୍ଠାନମାନେ ୪ ବର୍ଷିଆ ଆଇ.ଟି.ଇ.ପି. (ଇଣ୍ଟିଗ୍ରେଟେଡ୍ ଟିଚର ଏଜୁକେସନ ପ୍ରୋଗ୍ରାମ) ପାଇଁ ଆବେଦନ କରୁଛନ୍ତି ସେମାନେ ଚୁକ୍ତିଭିତ୍ତିକ ଅତିଥି ଅଧ୍ୟାପକ ନିଯୁକ୍ତି କରିବେ ଏବଂ ଛାତ୍ରଛାତ୍ରୀଙ୍କ ଠାରୁ ଆଦାୟ ହୋଇଥିବା କୋର୍ସ ଫିରୁ ହିଁ ସେମାନଙ୍କୁ ଦରମା ଦେବେ। ସେଥିପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ବାର୍ଷିକ ମୁଣ୍ଡପିଛା କୋର୍ସ ଫି ୪୫,୦୦୦.୦୦ ଟଙ୍କା ଆଦାୟ କରାଯିବ ।ଏହାକୁ ବିରୋଦ୍ଧ କରିବା ସହ ଶିକ୍ଷକ ଶିକ୍ଷାର ଘରୋଇକରଣ – ବ୍ୟବସାୟୀକରଣ ବନ୍ଦ, , ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ସ୍ଥାୟୀ ଭିତ୍ତିରେ ନିଯୁକ୍ତି ଦେବା, ଶିକ୍ଷକ ଶିକ୍ଷାର ପରିଚାଳନା ପାଇଁ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବା ଏବଂ ଜାତୀୟ ଶିକ୍ଷାନୀତି ୨୦୨୦ କୁ ସମ୍ପୂର୍ଣ୍ଣ ବାତିଲ କରିବାକୁ ଛାତ୍ର ନେତା ବିଶ୍ବଜିତ ମଲ୍ଲିକ, ଶୁଭସ୍ମିତା ଦାସ, ସୌରଭ ସନମ ଶତପଥୀ, ଶାହୀନା ଖାତୁନ ସୌରଭ ପଣ୍ଡା ଆଦି ଛାତ୍ରଛାତ୍ରୀ ମାନେ ଦାବି କରିବା ସହ ସରକାରଙ୍କ ଶିକ୍ଷା ମରଣ ନୀତିର ଦୃଢ ନିନ୍ଦା କରିଥିଲେ l ସଭା ସ୍ଥଳରୁ ବିଶ୍ୱଜିତ୍ ମଲ୍ଲିକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର କଳିଙ୍ଗ ନଗର ଏ ଡି ଏମ୍ ଙ୍କୁ ପ୍ରଦାନ କରି ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking