21.1 C
Bhubaneswar
Friday, February 6, 2026
Homeଓଡିଶାଏକ ପେଡ ମା କି ନାମ ପର ଅଭିଯାନରେ ଜେ ଏସ ଡବ୍ଲୁ ପ୍ରକଳ୍ପ ପରିସରରେ...

ଏକ ପେଡ ମା କି ନାମ ପର ଅଭିଯାନରେ ଜେ ଏସ ଡବ୍ଲୁ ପ୍ରକଳ୍ପ ପରିସରରେ ଦଶ ହଜାର ବୃକ୍ଷରୋପଣ 

ଭୁବନେଶ୍ୱର: ପରିବେଶ ସୁରକ୍ଷା ପାଇଁ ଗଛର ମହତ୍ତ୍ୱ ଗୁରୁତ୍ୱପୂର୍ଣ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ ଆହ୍ୱାନ କ୍ରମେ ଏକ ପେଡ ମା କି ନାମ ପର ଅଭିଯାନ ରେ ଧରିତ୍ରୀ ମା କୁ ସମ୍ମାନ ଜଣାଇ ଜେ ଏସ ଡବ୍ଲୁ ଉତ୍କଳ ଷ୍ଟିଲ ପ୍ରକଳ୍ପ ପରିସରରେ ବୃକ୍ଷରୋପଣ କାର୍ଯ୍ୟ୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ,ଓଡିଶା ସରକାର ଓ ଓଡିଶା ବନ ଉର୍ନ୍ନୟନ ନିଗମ ଆନୁକୂଲ୍ୟରେ ଏହି ବୃକ୍ଷରୋପଣ କରାଯାଇଛି। ଜେ ଏସ ଡବ୍ଲୁ ପ୍ରକଳ୍ପ ପରିସର ଢ଼ିଙ୍କିଆ ପଂଚାୟତ ର ବଟପଡା ଠାରେ ଏହି ବୃକ୍ଷରୋପଣ କରାଯାଇଛି। ଏଥିରେ ଜେ ଏସ ଡବ୍ଲ ପାରାଦ୍ୱୀପ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଙ୍କ ସମେତ ବହୁ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇ ଗଛ ଲଗାଇଥିଲେ। ଏହି ଅଭିଯାନ ରେ ଆଜି ପ୍ରକଳ୍ପ ପରିସରରେ ଦଶ ହଜାରର ବିଭିନ୍ନ ଗଛ ଲଗା ଯାଇଥିବା ବେଳେ ଆଗାମୀ ଦିନରେ ପ୍ରଳଳ୍ପ ପରିସରରେ ହଜାର ହଜାର ସଂଖ୍ୟାରେ ବିଭିନ୍ନ ପ୍ରକାରର ଗଛ ଲଗା ଯିବାର କାର୍ଯ୍ୟକ୍ରମ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking