ମୟୁରଭଞ୍ଜ: ବୃଦ୍ଧ ବାପାଙ୍କୁ ପିଟିପିଟି ହତ୍ୟା କଲା ପୁଅ । ରାସ୍ତାରେ ଘୋଷାଡିଘୋଷାଡି ଠେଙ୍ଗାରେ ପିଟିପିଟି ନିର୍ମମ ହତ୍ୟା କରାଯାଇଛି । ମୟୁରଭଞ୍ଜ ଜିଲ୍ଲା ବଡସାହି ଥାନା ଟଙ୍କାଶୋଳ ଗାଁରେ ହତ୍ୟାକାଣ୍ଡ ଘଟିଛି । ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୁଅକୁ ଗିରଫ କରିଛି । ବୃଦ୍ଧ ବାପାଙ୍କ ମୃତ୍ୟୁ ଖବର ଶୁଣି ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।










