27.1 C
Bhubaneswar
Friday, April 3, 2026
Homeଓଡିଶା“ମା ପାଇଁ ବୃକ୍ଷଟିଏ” ଅଭିଯାନ ଅନ୍ତର୍ଗତ କୃଷି ବିଭାଗ ତରଫରୁ ୨୩ ଲକ୍ଷ ବୃକ୍ଷରୋପଣ କାର୍ଯ୍ୟକ୍ରମ

“ମା ପାଇଁ ବୃକ୍ଷଟିଏ” ଅଭିଯାନ ଅନ୍ତର୍ଗତ କୃଷି ବିଭାଗ ତରଫରୁ ୨୩ ଲକ୍ଷ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ସମଗ୍ର ରାଜ୍ୟରେ ୧୭ ସେପ୍ଟେମ୍ବର ୨୦୨୫ ତାରିଖରେ “ ମା ପାଇଁ ବୃକ୍ଷଟିଏ (Ek Ped Maa Ke Naam) “ପ୍ରୟାସର ଅଂଶ ସ୍ୱରୂପ ୭୫ ଲକ୍ଷ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଅଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଏହି ମହତ ଉଦେଶ୍ୟରେ ସହଭାଗୀ ହୋଇ ସମସ୍ତ ଜିଲ୍ଲା ରେ ସମୁଦାୟ ୨୩ ଲକ୍ଷରୁ ଅଧିକ ଫଳ ଚାରା ରୋପଣ କରାଯିବା ନିମନ୍ତେ ପ୍ରୟାସରତ । ଏହି ଏକଦିନିଆ ବୃକ୍ଷରୋପଣ ଅଭିଯାନରେ ଏକ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଦ୍ଵାରା ଭୁବନେଶ୍ୱର ଡେରାସ ଉଦ୍ୟାନ କୃଷି ଫାର୍ମରେ ଆୟୋଜିତ ହୋଇଛି , ଯେଉଁଠାରେ ୧୫୦୦ ଗୋଟି ଉତ୍ତମ ମାନର ଜାମୁକୋଳି, ଲିଚୁ, ନଡିଆ ଓ ସପୁରୀ ଫଳ ଚାରା ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମ ପ୍ରାତଃ ୯:୩୦ରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଉଦ୍ୟାନ କୃଷି ଉତ୍କର୍ଷ କେନ୍ଦ୍ର, ଡେରାସ ର ପ୍ରଶିକ୍ଷାର୍ଥୀ ଏବଂ ଫାର୍ମ କର୍ମଚାରୀ ଓ ବିଭାଗୀୟ ଅଧିକାରୀମାନେ ସକ୍ରିୟ ଭାବରେ ଯୋଗଦାନ ପୂର୍ବକ ଚାରା ରୋପଣ କରିଛନ୍ତି ।

ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ପ୍ରତ୍ୟେକ ଲୋକଙ୍କୁ ମା’ଙ୍କ ସ୍ମୃତି ଓ ସମ୍ମାନରେ ଗଛ ଲଗାଇବାକୁ ପ୍ରୋତ୍ସାହିତ କରିବା। ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଭିନ୍ନ କାର୍ଯ୍ୟାଳୟ ପରିସରରେ ଫଳ ଚାରାରୋପଣ ମାଧ୍ୟମରେ ସବୁଜ ଆବରଣ ବୃଦ୍ଧି କରିବା ଓ ପରିବେଶୀୟ ସୁସ୍ଥିରତାକୁ ବଢ଼ାଇବା ଏହାର ଲକ୍ଷ୍ୟ ବୋଲି ଡ଼ ପାଢ଼ୀ ମତବ୍ୟକ୍ତ କରିଛନ୍ତି ।ଏହି ଅବସରରେ ୨୩ ଲକ୍ଷ ଫଳ ଚାରା ଯଥା ଆମ୍ବ, କାଗେଜି ଲେମ୍ବୁ, ନଡିଆ, କଦଳୀ, ପଣସ ଇତ୍ୟାଦି ରାଜ୍ୟର ବିଭିନ୍ନ ଅଂଶୀଦାର ମାନଙ୍କୁ ବିନା ମୂଲ୍ୟ ରେ ବଣ୍ଟନ କରାଯାଇଛି । ବିଦ୍ୟାଳୟ, ମହାବିଦ୍ୟାଳୟ, ମହିଳା ସ୍ୱୟଂସହାୟକ ଗୋଷ୍ଠୀ (SHGs), କୃଷକ ଉତ୍ପାଦକ ସଂଗଠନ (FPOs), ବେସରକାରୀ ସଂଗଠନ (NGOs) ସକ୍ରିୟ ଭାବେ ଏହି ଚାରା ରୋପଣ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଚାରାରୋପଣ ପରେ ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ ସଚେତନତା ପ୍ରଦାନ କରାଯାଇସାରିଛି। ଏହି ଦିନ , ରୋପିତ ଚାରାର ସଂଖ୍ୟା ଓ ଫଟୋଗ୍ରାଫ୍‌ଗୁଡିକୁ MeriLiFE Portal ରେ ପ୍ରତ୍ୟେକ ଜିଲ୍ଲାରୁ ଅପଲୋଡ୍‌ କରାଯାଉଛି । ମା’ଙ୍କ ନାମରେ ହେଉଥିବା ଏହି ଚାରାରୋପଣ କାର୍ଯ୍ୟକ୍ରମ ନିଶ୍ଚୟ ଏକ ପ୍ରଦୂଷଣମୁକ୍ତ, ସବୁଜିମା ରେ ପରିପୂର୍ଣ୍ଣ ସୁନ୍ଦର ଓଡ଼ିଶାର ନିର୍ମାଣ କରିବ।

ଆଜିର ଏହି ଫଳ ଚାରା ରୋପଣ କାର୍ଯ୍ୟକ୍ରମରେ ଆବାଳ ବୃଦ୍ଧ ବନିତା ଅଂଶ ଗ୍ରହଣ କରିଛନ୍ତି ଓ ପୃଥିବୀ ମା କୁ ସମ୍ମାନ ଜଣେଇବାର ପ୍ରତିଶୃତି ଦେଇଛନ୍ତି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ କୁଲାଙ୍ଗେ ଗୋରେଖ ୱମନ, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ନିର୍ଦ୍ଦେଶକ ଶ୍ରୀ ସୁବ୍ରତ କୁମାର ପଣ୍ଡା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଚାରା ରୋପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking