16.1 C
Bhubaneswar
Thursday, February 5, 2026
Homeଓଡିଶାରାଜ୍ୟ ଗୃହିଣୀ ସମାଜ ସମ୍ପାଦିକା ଇନ୍ଦିରା ପଟ୍ଟନାୟକଙ୍କ ପରଲୋକ

ରାଜ୍ୟ ଗୃହିଣୀ ସମାଜ ସମ୍ପାଦିକା ଇନ୍ଦିରା ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ରାଜ୍ୟ ଗୃହିଣୀ ସମାଜ ସମ୍ପାଦିକା ତଥା ବିଶିଷ୍ଟ ସ୍ତମ୍ଭକାର ପ୍ରଦୋଷ ପଟ୍ଟନାୟକଙ୍କ ଧର୍ମପତ୍ନୀ ଇନ୍ଦିରା ପଟ୍ଟନାୟକଙ୍କ ଶନିବାର ସକାଳ ୭ ଘଟିକା ସମୟରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ୧୦ ଦିନ ହେବ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଥିଲା। ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ବାବୁ ସିଂ, ଜଗନ୍ନାଥ ପ୍ରଧାନ, ପୂର୍ବତନ ମନ୍ତ୍ରୀ, ସଞ୍ଜୟ ଦାସବର୍ମା, ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ସମୀର ରାଉତ, ମଣ୍ଟୁ ସିଂ, ରବୀନ୍ଦ୍ର ବିଶ୍ୱାଳ, ରୁଦ୍ର ସାମନ୍ତରାୟ, ସ୍ଥାନୀୟ କର୍ପୋରେଟର ରଞ୍ଜୁଲତା ରାୟ, କର୍ପୋରେଟର ଆସିଆ ବେଗମ, କଟକ ମେୟର ସୁବାସ ସିଂ, ତନ୍ମୟ ସ୍ୱାଇଁ, ଆଶିଷ କାନୁନଗୋ, ଜୟନ୍ତ ଦାସ, ବସନ୍ତ ପାଇକରାୟ, ବିଶିଷ୍ଟ ଶିକ୍ଷାବିତ କ୍ଷୀରୋଦ ପ୍ରସାଦ ମହାନ୍ତି, ଶ୍ରମିକ ନେତା ନବ କିଶୋର ମହାନ୍ତି, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପିିସିିସି ଗଣମାଧ୍ୟମର ମୁଖ୍ୟ ସମ୍ପାଦକ ଅରବିନ୍ଦ ଦାସ, ପ୍ରମେୟ ସମ୍ପାଦକ ଗୋପାଳ ମହାପାତ୍ର, ସିନେ ସମୀକ୍ଷକ ଦିଲ୍ଲିପ ହାଲି, ସୁବାର୍ତ୍ତାର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ, ପ୍ରଭୁ କଲ୍ୟାଣ ମହାପାତ୍ର, ଏସ୍‌. ରାଜୀବ ଗୌରବ, ବିବେକାନନ୍ଦ ଜେନା, ‘ଉନ୍ନତିପଥେ’ର ପ୍ରଦ୍ୟୁମ୍ନ କୁମାର ମହାନ୍ତି, ହିମାଂଶୁ ଖଟୁଆ, ମାଧବାନନ୍ଦ ବେହୁରା, ଶ୍ରୀଧର ମାର୍ଥା, ପ୍ରଶାସକ ଲୁଲୁ ସାମନ୍ତ, ଦୁର୍ଗା ସାମନ୍ତରାୟ, ସୁର ଜେନା, ଗାନ୍ଧିବାଦୀ ଚିନ୍ତକ ପ୍ରହ୍ଲାଦ ସିଂହ, ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଗୀତା ପଟ୍ଟନାୟକ, ସାଗର ମଲ୍ଲିକ, ମଞ୍ଜରୀଦେବୀ ନର୍ସିଂ କଲେଜର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ବିଶ୍ୱାଳ, ଲେଖିକା ଝରଣା ପଟ୍ଟନାୟକ, ପ୍ରୀତିଛନ୍ଦା ଧଳ, ସ୍ୱାଧୀକାର ସମ୍ପାଦକ ଅକ୍ଷୟ କୁମାର ପତି, ଦେବୀ ପଟ୍ଟନାୟକ, କେ. ରବି ପ୍ରମୁଖ ବହୁ ବିଶିଷ୍ଟ ରାଜନେତା, ସମାଜସେବୀ, ସାମ୍ବାଦିକ ଓ ଆତ୍ମୀୟ ସ୍ୱଜ୍ଜନମାନେ ତାଙ୍କ ୟୁନିଟ୍‌-୩ସ୍ଥିତ ବାସଭବନରେ ସ୍ୱର୍ଗତା ପଟ୍ଟନାୟକଙ୍କ ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ସ୍ୱର୍ଗତା ପଟ୍ଟନାୟକଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କର ପୁତ୍ର ପରାଗ ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ ଏବଂ ବୋହୁ ସଂସ୍କୃତି ଅନୁରାଗିଣୀ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking