ଦେବଗଡ: ରାଜ୍ୟରେ ହାତୀ ଆତଙ୍କ ଘଟଣା ଥମିବାର ନାଁ ନେଉନାହିଁ। ପୁଣି ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି। ସୂଚନା ଅନୁଯାୟୀ, ଗୁରୁବାର ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ରିଆମାଳ ରେଞ୍ଜ କୋରଡପସି ଗାଁରେ ବୃଦ୍ଧଙ୍କୁ ହାତୀ ଦଳିଦେଇଛି । ଘଟଣାସ୍ଥଳରେ କୁହ୍ଲ ନାଏକ (୬୧) ମୃତ୍ୟୁ ହୋଇଛି । ଶୌଚ ପାଇଁ ଗାଁ ନିକଟକୁ ଜଙ୍ଗଲକୁ ଯାଇଥିବାବେଳେ ଏହି ଅଘଟଣ ଘଟିଛି। ଘଟଣାସ୍ଥଳରେ ହାତୀ ଥିବାରୁ ଶବ ପାଖକୁ ଯାଇ ପାରୁନାହାନ୍ତି ବନବିଭାଗ କିମ୍ବା ଗ୍ରାମବାସୀ।










