26.1 C
Bhubaneswar
Friday, March 27, 2026
Homeଓଡିଶାମାଣ୍ଡିଆ ଦିବସ ୨୦୨୫ ପାଳନ ଉପଲକ୍ଷେ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମାଣ୍ଡିଆ ଦିବସ ୨୦୨୫ ପାଳନ ଉପଲକ୍ଷେ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଓଡ଼ିଶା ଏକମାତ୍ର ରାଜ୍ୟଭାବେ ମାଣ୍ଡିଆ ଦିବସ ପାଳନ କରୁଛି । ପ୍ରତିବର୍ଷ ନଭେମ୍ବର ମାସ ୧୦ ତାରିଖକୁ ମାଣ୍ଡିଆ ଦିବସ ରୂପେ ପାଳନ କରାଯାଉଅଛି । ଏହି ବର୍ଷ ମଧ୍ୟ ଆସନ୍ତା ନଭେମ୍ବର ୧୦ ଓ ୧୧ ରେ ଦୁଇଦିନ ଧରି ଅନ୍ତର୍ଜାତୀୟ ପୁଷ୍ଟିଶସ୍ଯ ସମ୍ମିଳନୀ ଅନୁଷ୍ଠିତ ହେବ । ” କୃଷି ଜୈବ ବିବିଧତା ଓ ଐତିହ୍ୟରେ ମହିଳା କୃଷକଙ୍କ ଅବଦାନ ” ଏହିବର୍ଷର ବିଷୟବସ୍ତୁ ରହିଛି । ପୂର୍ବବର୍ଷ ଭଳି ବିଭିନ୍ନ ସେସନ୍ ବିଶିଷ୍ଟ ଗବେଷକ/ବୈଜ୍ଞାନିକଙ୍କ ଦ୍ୱାରା ପରିଚାଳିତ ହେବ । ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ମାଣ୍ଡିଆ, ସୁଆଁ, କାଙ୍ଗୁ ଓ ବିସ୍ମୃତ ପ୍ରାୟ ଖାଦ୍ୟାନ୍ନର ଉତ୍ପାଦନ, ବ୍ୟବହାର ଓ ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଏକ ଉଦାହରଣ ସାଜିଛି ।

ନିକଟରେ ଏଫସିଆଇ ରାଜ୍ୟରୁ ମାଣ୍ଡିଆ ଅନ୍ଯ ରାଜ୍ଯକୁ ପ୍ରେରଣ କରିଛି ଏବଂ ପର୍ଯ୍ୟାୟକ୍ରମେ ମୋଟ ୪୦ ହଜାର ମେଟ୍ରିକ ଟନ ମାଣ୍ଡିଆ କେବଳ ଓଡିଶାରୁ ନେବା ପାଇଁ ଯୋଜନା ରହିଛି ।ଏଥରର ମାଣ୍ଡିଆ ଦିବସ ସମାବେଶରେ ୪୦୦ରୁ ଅଧିକ ଚାଷୀ, ଏମଏସ ସ୍ଵାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ଅଧ୍ଯକ୍ଷା, ଡ଼ ସୌମ୍ୟା ସ୍ୱାମୀନାଥନ, ୟୁନାଇଟେଡ଼ ନେସନ୍ସ ର ଫୁଡ଼ ଏଣ୍ଡ ଏଗ୍ରିକଲଚର ଅର୍ଗାନାଇଜେସନରୁ ବୈଜ୍ଞାନିକ, ୱାର୍ଲଡ଼ ଫୁଡ଼ ପ୍ରୋଗ୍ରାମ, ଆଇସିଏଆର, ଆଇସିଏଆର-ସିଆଇଡବ୍ଲୁଏ ରୁ ମହିଳା ବୈଜ୍ଞାନିକ, ଦେଶ ବିଦେଶରୁ ବହୁ ଖ୍ୟାତନାମା ବୈଜ୍ଞାନିକ ତଥା ଅଧିକାରୀ ପ୍ରମୁଖ ଯୋଗଦେବେ ।

ପ୍ରସ୍ତୁତି ବୈଠକରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ କାର୍ଯ୍ୟକ୍ରମର ସବିଶେଷ ବିବରଣୀ ପ୍ରଦାନ କରିବା ସହ ବିଭାଗର ଆଗାମୀ କାର୍ଯ୍ୟପନ୍ଥାର ସୂଚନା ପ୍ରଦାନ କରିଥିଲେ । କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା, ନିର୍ଦ୍ଦେଶକ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଶ୍ରୀ ସୁବ୍ରତ କୁମାର ପଣ୍ଡା, ଓ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ନିଜ ନିଜର ସୁଚିନ୍ତିତ ପରାମର୍ଶ ପ୍ରଦାନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking