ନୂଆଦିଲ୍ଲୀ: ଦିଲ୍ଲୀରେ ସେମିକନ ଇଣ୍ଡିଆ ସମ୍ମିଳନୀ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଷ୍ଟ୍ରର ବିକାଶ ପାଇଁ ସେମିକଣ୍ଡକ୍ଟର ଜରୁରୀ କହିଲେ ମୋଦୀ । ଭାରତ ନିଶ୍ଚିତ ରୂପେ ତୃତୀୟ ବଡ ଅର୍ଥନୀତି ଦେଶ ହେବ । ଭାରତକୁ ଲଗାତାର ନିବେଶ ଆସୁଛି । ଟେଲିକମ, ରସାୟନ ଓ ପରିବହନ ଭଳି ସେମିକଣ୍ଡକ୍ଟର ଗୁରୁତ୍ୱପୂଣ୍ଣ । ସବୁ ବ୍ୟବହାର ଉପକରଣରେ ସେମିକଣ୍ଡକ୍ଟର ବ୍ୟବହାର ହେଉଛି । ସ୍ମାର୍ଟଫୋନ, କାର, ଟ୍ରେନ ଚିକିତ୍ସା ଉପକରଣରେ ଲାଗୁଛି ସେମିକଣ୍ଡକ୍ଟର । ଭବିଷ୍ୟତରେ ସେମିକଣ୍ଡକ୍ଟରର ଚାହିଦା ବଢିବାକୁ ଯାଉଛି ।










