33.1 C
Bhubaneswar
Monday, February 23, 2026
Homeଓଡିଶାଦୁର୍ନୀତ ଅଭିଯୋଗରେ ନିଲମ୍ବିତ ହେଲେ ମୟୂରଭଞ୍ଜ ଜାମଡା ତହସିଲଦାର

ଦୁର୍ନୀତ ଅଭିଯୋଗରେ ନିଲମ୍ବିତ ହେଲେ ମୟୂରଭଞ୍ଜ ଜାମଡା ତହସିଲଦାର

ଝାରସୁଗୁଡ଼ା: ବହୁଚର୍ଚ୍ଚିତ ବେଲପାହାଡ଼ ମ୍ୟୁନିସିପାଲଟି ଦୁର୍ନୀତି ଘଟଣାରେ ଆଉ ଏକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଦୁର୍ନୀତ ଓ ଅନିୟମିତତା ଅଭିଯୋଗରେ ନିଲମ୍ବିତ ହେଲେ ମୟୂରଭଞ୍ଜ ଜାମଡା ତହସିଲଦାର। ମୟୂରଭଞ୍ଜ ଜିଲ୍ଲା ଜାମଡା ତହସିଲଦାର ମଧୁସ୍ମିତା ସିଂ ନିଲମ୍ବିତ ହେଲେ। ସ୍ବତନ୍ତ୍ର ଅଡିଟ୍ ରିପୋର୍ଟ ଦାଖଲ ପରେ ରାଜସ୍ବ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣା ପରେ ମ୍ୟୁନିସିପାଲଟିର ପୂର୍ବତନ ନିର୍ବାହୀ ଅଧିକାରୀ ତଥା ଏବେର ମୟୁରଭଞ୍ଜ ଜିଲ୍ଲା ଜାମଡା ତହସିଲଦାର ମଧୁସ୍ମିତା ସିଂଙ୍କୁ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି। ସୁଶ୍ରୀ ସିଂ ସେଠାକାର ଜିଲ୍ଲାପାଳଙ୍କ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ପାରିବେନି ବୋଲି ମଧ୍ୟ ଏହି ନିର୍ଦେଶରେ ଉଲ୍ଲେଖ ରହିଛି। ଏହା ସହିତ ସୁଶ୍ରୀ ସିଂଙ୍କ ବିରୋଧରେ ଶୃଙ୍ଖଳାଗତ ପ୍ରୋସିଡିଂ ମଧ୍ୟ ଆରମ୍ଭ କରାଯାଇଛି। ସୂଚନାଯୋଗ୍ୟ, ୪ କୋଟିରୁ ଅଧିକ ଟଙ୍କାର ହୋଇଥିବା ଦୁର୍ନୀତିର ତଦନ୍ତ କରୁଛି ଇଓଡବ୍ଲୁ। ପୂର୍ବରୁ ମାମଲାରେ ମ୍ୟୁନିସିପାଲିଟିର ଆକାଉଣ୍ଟାଣ୍ଟ ଗିରଫ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking