କଟକ: ମେୟରଙ୍କୁ ନଡାକି ସମୀକ୍ଷା ବୈଠକ କଲେ ବିଧାୟିକା ସୋଫିଆ । କମିଶନର ଓ ଅଧିକାରୀଙ୍କ ସହ ସୋଫିଆ ଫିର୍ଦ୍ଦୋଶଙ୍କ ବୈଠକ ହୋଇଛି । ମେୟରଙ୍କ ବାବଦରେ ପଚାରିବାରୁ ସେ କାମ କରି ପାରୁନାହାଁନ୍ତି କହିଲେ ସେଫିଆ । ଆହୁରି କହିଲେ ମେୟର କଟକ ସହରକୁ ବୁଡାଇ ଦେଇଛନ୍ତି, ସମୀକ୍ଷା କରିପାରୁନାହାଁନ୍ତି । ମୁଁ ବିଧାୟିକା ହିସାବରେ ସମୀକ୍ଷା କରିପାରିବି, ସେଥିପାଇଁ କରୁଛି । ଏହାର ଜବାବରେ ସୋଫିଆଙ୍କୁ ଆକ୍ସିଡେଣ୍ଟାଲ ଏମଏଲଏ କହି ତାଚ୍ଛଲ୍ୟ କଲେ ମେୟର ସୁବାସ ସିଂ । ତାଙ୍କୁ ସମୀକ୍ଷା କରିବା ପାଇଁ ଅଧିକାର ଦେଲା କିଏ ବୋଲି ପ୍ରଶ୍ନ କରିଛନ୍ତି ଏବଂ କହିଛନ୍ତି ସେ ପ୍ରସ୍ତାବ ଦେଇପାରିବେ । କଟକକୁ ତାଙ୍କ ପରିବାର ବିପର୍ଯ୍ୟସ୍ତ କରିଛି । ପୋଖରୀ ପୋତି ବ୍ୟବସାୟ କରିଛନ୍ତି । ଏଭଳି ବିଧାୟିକାଙ୍କୁ ଦେଖିବା କଟକବାସୀଙ୍କ ଦୁର୍ଭାଗ୍ୟ ।










