28.1 C
Bhubaneswar
Monday, February 9, 2026
Homeଦେଶ ବିଦେଶସ୍ତ୍ରୀର ଗଳାକାଟି ହତ୍ୟା କଲା ସ୍ୱାମୀ

ସ୍ତ୍ରୀର ଗଳାକାଟି ହତ୍ୟା କଲା ସ୍ୱାମୀ

ହରିୟାଣା: ଗୁରୁଗ୍ରାମର ନାହରପୁର ଗାଁରେ ପତ୍ନୀଙ୍କୁ ହତ୍ୟା କରିବା ଅଭିଯୋଗରେ ପୋଲିସ ସ୍ୱାମୀକୁ ଗିରଫ କରିଛି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହା ପରେ ସ୍ୱାମୀ ରାଗିଯାଇ ତାଙ୍କ ସ୍ତ୍ରୀଙ୍କ ମୁଣ୍ଡରେ ଆଘାତ ଦେଇ ତାଙ୍କୁ ଆହତ କରିଥିଲେ ଏବଂ ପରେ ଗଳାକାଟି ହତ୍ୟା କରିଥିଲେ। ପତ୍ନୀଙ୍କୁ ହତ୍ୟା କରିବା ପରେ ସ୍ୱାମୀ ଫେରାର୍ ହୋଇଯାଇଥିଲେ। 

ସୂଚନା ଅନୁଯାୟୀ, ଅଭିଯୁକ୍ତ ବ୍ୟକ୍ତି ଜଣକ ତାଙ୍କ ସ୍ତ୍ରୀଙ୍କ ସହିତ ମାନେସର ଥାନା ଅଞ୍ଚଳର ନାହରପୁର ଗାଁରେ ଏକ ଭଡ଼ା ଘରେ ରହୁଥିଲେ। ଉଭୟଙ୍କର ଏକ ବର୍ଷ ପୂର୍ବରୁ ପ୍ରେମ ବିବାହ ହୋଇଥିଲା। ଉଭୟ ଉତ୍ତରାଖଣ୍ଡର ବାସିନ୍ଦା ଥିଲେ। ପୋଲିସ ଅଭିଯୁକ୍ତଙ୍କୁ କଡ଼ା ପଚରାଉଚରା କରିବା ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଥିଲା। ମୃତ ମହିଳାଙ୍କ ମାମୁଁଙ୍କ ବୟାନ ଉପରେ ପୋଲିସ ଏକ ମାମଲା ରୁଜୁ କରିଛି। ମୃତ ମହିଳାଙ୍କ ପୋଷ୍ଟମର୍ଟମ କରାଯାଉଛି। ଅଭିଯୁକ୍ତଙ୍କୁ ଜିଲ୍ଲା କୋର୍ଟରେ ହାଜର କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking