23.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶନୃଶଂସ ସ୍ୱାମୀ: ସ୍ତ୍ରୀର ହତ୍ୟା କରି ଦେହରୁ ବାହାର କରିଦେଲା ହୃଦୟ

ନୃଶଂସ ସ୍ୱାମୀ: ସ୍ତ୍ରୀର ହତ୍ୟା କରି ଦେହରୁ ବାହାର କରିଦେଲା ହୃଦୟ

ପଶ୍ଚିମବଙ୍ଗ: ଅଞ୍ଚଳରେ ଚାଞ୍ଚଲ୍ୟ। ନିଷ୍ଠୁର ସ୍ୱାମୀ, ପ୍ରଥମେ ସ୍ତ୍ରୀକୁ ଅତି ନିର୍ମମ ଭାବେ ହତ୍ୟା କଲା ଆଉ ପରେ ସ୍ତ୍ରୀର ମଲା ଦେହରୁ ତା ହୃଦୟକୁ ବାହାର କରି ରାସ୍ତାରେ ଧରି ବୁଲିଲା। ଉତ୍ତର ବଙ୍ଗର ଜଳପାଇଗୁଡ଼ିରେ ଏକ ଭୟଙ୍କର ହତ୍ୟା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ତାଙ୍କ ହୃଦୟ ବାହାର କରି ନେଇ ବୁଲୁଥିବା ଦେଖିବାକୁ ମିଳିଛି। ଘଟଣାଟି ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ହେଲେ ଖବର ପାଇ ପୋଲିସ ମହିଳାଙ୍କ ମୃତଦେହ ଉଦ୍ଧାର କରିବା ପରେ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ଏହି ଚାଞ୍ଚଲ୍ୟକର ଘଟଣାଟି ମୟନାଗୁଡ଼ି ବ୍ଲକର ବାଙ୍କଣ୍ଡି ଅଞ୍ଚଳରେ ଘଟିଛି। ମୃତ ମହିଳାଙ୍କ ନାମ ଦୀପାଲି ରାୟ। ତାଙ୍କ ବୟସ ୪୫ ବର୍ଷ। ରମେଶ ରାୟ ଏବଂ ଦୀପାଲି ରାୟ ମୟନାଗୁଡ଼ି ବ୍ଲକର ବାଙ୍କଣ୍ଡି ଅଞ୍ଚଳରେ ରହୁଥିଲେ।

ଶୁକ୍ରବାର ସକାଳେ ସ୍ଥାନୀୟ ଲୋକେ ରମେଶ ରାୟଙ୍କୁ ତାଙ୍କ ସ୍ତ୍ରୀଙ୍କ କଟା ଏବଂ ରକ୍ତ ଜୁଡୁବୁଡୁ ଶରୀରର ଟୁକୁଡା ଧରି ବୁଲୁଥିବାର ଦେଖିଥିଲେ। ଏହା ବ୍ୟତୀତ ଘର ଚାରିପାଖରେ ରକ୍ତାକ୍ତ ଅବସ୍ଥାରେ ଶରୀରର ଅନ୍ୟାନ୍ୟ ଅଂଶ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଭୟରେ ଅନେକ ଲୋକ ରମେଶଙ୍କ ସାମ୍ନା କରିବାକୁ ଚାହୁଁ ନଥିଲେ। ଖବର ପାଇ ମାୟନାଗୁଡ଼ି ଥାନାର ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା। ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲେ। ହେଲେ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପୂର୍ବରୁ ରମେଶ ରାୟ ନିଖୋଜ ହୋଇଯାଇଥିଲେ। ହେଲେ ଖୋଜାଖୋଜି ପରେ ପୋଲିସ ରମେଶ ରାୟଙ୍କୁ ଗିରଫ କରିଥିଲା।

ତାଙ୍କୁ ଉତ୍ତର ବଙ୍ଗର ଶିଙ୍ଗିମାରି ଅଞ୍ଚଳରୁ ଗିରଫ କରାଯାଇଥିଲା ଏବଂ ତାଙ୍କଠାରୁ ଏକ କଟା ହୃଦୟ, ଏକ ଅସ୍ତ୍ର ଜବତ କରାଯାଇଥିଲା। ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ତାଙ୍କ ପତ୍ନୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ତ୍ରୀର ଶରୀରକୁ ଖଣ୍ଡ ଖଣ୍ଡ କରି କାଟିଥିଲା। ଆଉ ତାପରେ ଶରୀରର ଅଂଶଗୁଡ଼ିକୁ ଏକ ବ୍ୟାଗରେ ଭର୍ତ୍ତି କରିଥିଲା। ଏହା ପରେ ସେ ଅଞ୍ଚଳର ଘର ଘର ବୁଲି ପଡ଼ୋଶୀମାନଙ୍କୁ ତାଙ୍କ ସ୍ତ୍ରୀଙ୍କ ଶରୀରର ଟୁକୁଡା ଖଣ୍ଡ ଦେଖାଉଥିଲେ। ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, ଆଜି ସକାଳେ ରମେଶ ଏକ ବ୍ୟାଗ ଧରି ବୁଲୁଥିଲେ। ଏବଂ ଜଣକ ଘରକୁ ଯାଇ ବ୍ୟାଗ ଭିତରୁ ତାଙ୍କ ସ୍ତ୍ରୀଙ୍କ ହୃଦୟ ଖୋଲି ଦେଖାଇଲେ। ତା’ପରେ ଜଣେ ସ୍ଥାନୀୟ ବ୍ୟକ୍ତି ମୋତେ ଏ ବିଷୟରେ ଜଣାଇଥିଲେ। ମୁଁ ତାଙ୍କ ସ୍ତ୍ରୀଙ୍କ ଅବସ୍ଥା ଦେଖିବାକୁ ତାଙ୍କ ଘରକୁ ଯାଇଥିଲି। ସେତେବେଳେ ମୁଁ ବିଛଣାରେ ରକ୍ତ ଦେଖିଲି। ଆଉ ପରେ ପୋଲିସକୁ ଜଣାଇବାକୁ ଗାଁ ମୁଖିଆଙ୍କୁ କହିଥିଲି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking