26.1 C
Bhubaneswar
Wednesday, February 4, 2026
Homeଓଡିଶାପାତ୍ରପଡ଼ା ହିଟ୍‌ ଆଣ୍ଡ ରନ୍‌ ମାମଲା: ଦିଲ୍ଲୀରୁ ୨ ଅଭିଯୁକ୍ତ ଗିରଫ

ପାତ୍ରପଡ଼ା ହିଟ୍‌ ଆଣ୍ଡ ରନ୍‌ ମାମଲା: ଦିଲ୍ଲୀରୁ ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ ରାକ୍ଷୀ ପୂର୍ଣ୍ଣିମାରେ ଥିବା ଧକ୍କାରେ ମା’ ଝିଅଙ୍କ ମୃତ୍ୟୁ ଘଟଣା ଥାର୍ ସହ ରେସିଂ କରୁଥିବା ସ୍କର୍ପିଓ ଗାଡିକୁ ଧରିଲା ପୋଲିସ । ରେସିଂ ବେଳେ ସ୍କର୍ପିଓରେ ଯାଉଥିବା ୨ ଜଣ ଅଭିଯୁକ୍ତଙ୍କୁ ଦିଲ୍ଲୀରୁ ଗିରଫ କରିଛି ପୋଲିସ । ପୂର୍ବରୁ ସ୍କର୍ପିଓ ଡ୍ରାଇଭରଙ୍କୁ ଗିରଫ କରିଥିଲା ପୋଲିସ । ଏଯାବତ କିଲର୍ ଥାର୍ ମାଲିକ କିମ୍ବା ଡ୍ରାଇଭରଙ୍କ ପତ୍ତା ପାଇନି ପୋଲିସ । ଥାର୍ ମାଲିକଙ୍କୁ ଖସାଇବାରେ ସହାୟତା ପାଇଁ ଜଣେ ଗିରଫ ହୋଇଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ ସୋହମ ରାଜ ତ୍ରିପାଠୀ ଓ ରୋହନ ରଂଜନ ରାଉତ। ଉଭୟ ଯୁବକ ଦୁର୍ଘଟଣା ପରେ ମା’-ଝିଅଙ୍କୁ ଉଦ୍ଧାର କରିବା ବଦଳରେ ଫେରାର ମାରିଥିଲେ।

ସୂଚନାଯୋଗ୍ୟ, ପବିତ୍ର ରାଖୀ ପୂର୍ଣ୍ଣିମା ଦିନ ରାଜଧାନୀ ଭୁବନେଶ୍ବରର ପାତ୍ରପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଥିଲା। ନିଜ ପିଲାମାନଙ୍କୁ ଧରି ଜଣେ ମହିଳା ରାସ୍ତା ଅତିକ୍ରମ କରୁଥିବା ବେଳେ ତାଙ୍କୁ ଦ୍ରୁତଗାମୀ ସ୍କର୍ପିଓ ଧକ୍କା ଦେଇଥିଲା। ଏହି ଘଟଣାରେ ମା ଓ ଝିଅ ଗୁରୁତର ହୋଇଥିଲେ। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେହିଦିନ ହିଁ ଝିଅକୁ ଡାକ୍ତର ମୃତ ଘୋଷଣା କରିଥିଲେ। ସେହିପର ପରଦିନ ଅର୍ଥାତ ଅଗଷ୍ଟ ୧୦ ତାରିଖରେ ମା’ ଆଖି ବୁଜିଥିଲେ। ତେବେ ଏହି ଦୁର୍ଘଟଣା ପରେ ଅଭିଯୁକ୍ତମାନେ ଓଡ଼ିଶା ଛାଡ଼ି ବାହାର ରାଜ୍ୟକୁ ଫେରାର ହୋଇଯାଇଥିଲେ। କମିସନରେଟ ପୁଲି ଅଭିଯୁକ୍ତଙ୍କୁ ଦିଲ୍ଲୀରୁ ଗିରଫ କରିଛି।

ପୁଲିସ କହିଛି, ଏକ ଘରୋଇ ବ୍ୟାଙ୍କରେ ମ୍ୟାନେଜର ଭାବେ ସୋହମ ରାଜ୍‌ ତ୍ରିପାଠୀ କାର୍ଯ୍ୟରତ ଥିବା ବେଳେ ଅନ୍ୟ ପଟିଆ ଅଞ୍ଚଳର ଜଣେ ମଦ ବ୍ୟବସାୟୀଙ୍କ ପୁଅ ହେଉଛି ରୋହନ ରଞ୍ଜନ ରାଉତ। ଦୁଇ ଜଣ ଦୁର୍ଘଟଣା ଘଟାଇବା ପରେ ମନାଲି ଫେରାର ହୋଇଯାଇଥିଲେ। ସେଠାରେ ଛୁଟି କାଟି ଦିଲ୍ଲୀରେ ଲୁଚିଥିବା ବେଳେ କମିସନରେଟ୍‌ ପୁଲିସ ମାଡ଼ି ବସିଥିଲା। ଘଟଣାରେ ଆଉ କିଏ ସମ୍ପୃକ୍ତ ସେ ନେଇ ଖୋଳତାଡ଼ ଚାଲିଛି। ଏହି ଘଟଣା ନେଇ ଗତ ୧୦ ତାରିଖ ଦିନ ‌ଉତ୍ତେଜିତ ଲୋକେ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତାରୋକ କରିବା ଯୋଗୁଁ ଜନସାଧାରଣ ହଇରାଣ ହୋଇଥିଲେ। ଏହି ଘଟଣା ବହୁତ ସମ୍ବେଦନଶୀଳ ଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking