21.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶବିଚ୍ଛେଦ ସହି ନପାରି ନଦୀକୁ ଡେଇଁ ପଡ଼ିଲେ ଜଣେ ମହିଳା

ବିଚ୍ଛେଦ ସହି ନପାରି ନଦୀକୁ ଡେଇଁ ପଡ଼ିଲେ ଜଣେ ମହିଳା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଝାନ୍ସୀ ଜିଲ୍ଲାର ମୌରାନିପୁର ଥାନା ଅଞ୍ଚଳରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଜଣେ ୩୫ ବର୍ଷୀୟା ମହିଳା ହଠାତ୍ ନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସୌଭାଗ୍ୟବଶତଃ ଘଟଣାସ୍ଥଳରେ ଉପସ୍ଥିତ ପୋଲିସ କନଷ୍ଟେବଳ କୌଣସି ବିଳମ୍ବ ନକରି ନଦୀକୁ ଡେଇଁ ପଡ଼ି ମହିଳାଙ୍କୁ ସୁରକ୍ଷିତ ଭାବରେ ବାହାର କରିଥିଲେ ଏବଂ ତାଙ୍କ ଜୀବନ ରକ୍ଷା ହୋଇଥିଲା।ସୂଚନା ଅନୁଯାୟୀ, ମହିଳା ଜଣକ ଗତ ଗୋଟିଏ ବର୍ଷ ଧରି ୧୭ ବର୍ଷୀୟ ଝିଅ ସହିତ ରହୁଥିଲେ। ଉଭୟଙ୍କ ମଧ୍ୟରେ ଗଭୀର ସମ୍ପର୍କ ଥିଲା। କିଛି ଦିନ ପୂର୍ବରୁ ଝିଅଟିର ପରିବାର ତାଙ୍କୁ ଜୋରଜବରଦସ୍ତି ନିଜ ସହିତ ଘରକୁ ନେଇଯାଇଥିଲେ। ଏହି ବିଚ୍ଛେଦ ମହିଳାଙ୍କ ପାଇଁ ଅସହ୍ୟ ହୋଇପଡ଼ଥିଲା। ଏହି କାରଣରୁ ସେ ମାନସିକ ଚାପରେ ରହିବା ଆରମ୍ଭ କରିଥିଲେ ଏବଂ ଶେଷରେ ସେ ନଦୀରେ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଘଟଣାର ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ଆଶ୍ଚର‌୍ୟ୍ୟ ହୋଇଗଲେ। ସେହି ସମୟରେ ଡ୍ୟୁଟିରେ ନିୟୋଜିତ ଜଣେ ପୋଲିସ କନଷ୍ଟେବଳ ପରିସ୍ଥିତିକୁ ଅନୁଭବ କରି ତୁରନ୍ତ ନଦୀକୁ ଡେଇଁ ପଡ଼ିଲେ। ବହୁତ ଚେଷ୍ଟା ପରେ ସେ ମହିଳାଙ୍କୁ ସୁରକ୍ଷିତ ଭାବରେ ବାହାର କଲେ। ଏହି ସାହସିକତା ଏବଂ ତତ୍ପରତା ଯୋଗୁଁ ମହିଳାଙ୍କ ଜୀବନ ରକ୍ଷା ପାଇଗଲା, ନଚେତ୍ ଏକ ବଡ଼ ଦୁର୍ଘଟଣା ଘଟିପାରିଥାନ୍ତା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking